ରାଓ୍ବଲପିଣ୍ଡି ହସ୍ପିଟାଲରେ ଗୁଳିକାଣ୍ଡ

ରାଓ୍ବଲପିଣ୍ଡି,୩୧।୮: ପାକିସ୍ତାନ ରାଓ୍ବଲପିଣ୍ଡିରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟରେ ଶନିବାର ହୋଇଥିବା ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ୨ ହେଲେ ଲାର୍ସାବ ଓ ହବିଦ୍‌। ହସ୍ପିଟାଲ ଭିତରେ ଲାର୍ସାବ ତାଙ୍କର ଚେକ୍‌ ଅପ୍‌ କରିବାକୁ ଆସୁଥିବା ବେଳେ ହବିବ୍‌ ତାଙ୍କ ଆଟେଣ୍ଡାଣ୍ଟ ଭାବେ ଆସୁଥିଲେ। ଏହି ସମୟରେ କେହି ଅଜ୍ଞାତ ବ୍ୟକ୍ତି ପୋଲିସ ପୋଷାକରେ ଆସି ଗୁଳି ଚାଳନା କରିବାରୁ ଏମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share