Categories: ଖେଳ

ରାକେଟ୍‌ରେ ଓ୍ବିମ୍ବେଲଡନ କୋର୍ଟ ନଷ୍ଟ କରିଥିବା ଅଭିଯୋଗ: ସେରେନାଙ୍କୁ ଜରିମାନା

ଲଣ୍ଡନ, ୯ା୭- ରାକେଟ୍‌ରେ ଓ୍ବିମ୍ବେଲଡନ କୋର୍ଟ ନଷ୍ଟ କରିଥିବା ଅଭିଯୋଗରେ ସେରେନା ଓ୍ବିଲିୟମ୍ସଙ୍କୁ ୧୦,୦୦୦ ଡଲାର(୭,୯୮୮ ପାଉଣ୍ଡ) ଜରିମାନା କରାଯାଇଛି। ଅଲ୍‌ ଇଂଲଣ୍ଡ କ୍ଲବରେ ଚଳିତ ବର୍ଷର ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ପ୍ରାକ୍ଟିସ ସେସନ ବେଳେ ଏହି ଘଟଣା ଘଟିଛି। ୭ଥର ଓ୍ବିମ୍ବେଲଡନ ଚାମ୍ପିୟନ ଏହି ୩୭ ବର୍ଷୀୟ ଖେଳାଳିଙ୍କର ୨୦୧୯ରେ ଏହା ହେଉଛି ୬ଷ୍ଠ ଟୁର୍ନାମେଣ୍ଟ। ଚଳିତ ଓ୍ବିମ୍ବେଲଡନ ଟୁର୍ନାମେଣ୍ଟରେ ସେ ସୋମବାର କାର୍ଲା ସୁଆରେଜ ନାଭାରୋଙ୍କୁ ପରାସ୍ତ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟ ଜଣେ ଖେଳାଳି ଇଟାଲୀର ଫାବିଓ ଫଗ୍‌ନିନିଙ୍କୁ ମଧ୍ୟ ୩,୦୦୦ ଡଲାର(୨,୩୯୬ ପାଉଣ୍ଡ) ଜରିମାନା ହୋଇଛି। ଓ୍ବିମ୍ବେଲଡନରେ ବୋମା ପଡ଼ିବା ଉଚିତ୍‌ ବୋଲି ସେ କହିଥିଲେ। ଶନିବାର ଟେନିସ ସ୍ୟାଣ୍ଡଗ୍ରେନ୍‌ ବିପକ୍ଷ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ପରାଜିତ ହେବା ପରେ ପ୍ରତିକ୍ରିୟାରେ ଏକଥା କହିପକାଇଥିଲେ।

Share