ରାକ୍ଷୀରେ ଜଳିଲା ଭାଇ-ଭଉଣୀଙ୍କ ଜୁଇ

ସୋର,/ରେମୁଣା,୩।୮(ଡି.ଏନ.ଏ.)-ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଘଟିଛି ଅଘଟଣ। ବଜ୍ରପାତ ଘଟିବାରୁ ଚାଲିଯାଇଛି ଭାଇ ଓ ସମ୍ପର୍କୀୟ ଭଉଣୀଙ୍କ ଜୀବନ। ସୋମବାର ବାଲେଶ୍ୱର ଜିଲା ରେମୁଣା ବ୍ଲକ ଖନ୍ତାପଡା ଥାନା ବରୁଣସିଂ ପଞ୍ଚାୟତ ଟିଣା ମଣ୍ଡଗାଁ ଗ୍ରାମରେ ଏପରି ହୃଦୟବିଦାରକ ଘଟଣା ଘଟିଛି।

ଘଟଣାରୁ ଜଣାପଡିଛି, ମଣ୍ଡଗାଁ ଗ୍ରାମର ଆଶା (୧୨) ସେହି ଗ୍ରାମର ସମ୍ପର୍କୀୟ ଭାଇ ନିରଞ୍ଜନ ଦଳେଇଙ୍କ ପୁଅ ସୁଶାନ୍ତ ଦଳେଇଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଯାଇଥିଲେ। ପରେ ଆଶା ସୁଶାନ୍ତଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ। ଏହାପରେ ଉଭୟେ ପିଣ୍ଡା ଉପରେ ବସି ଖାଉଥିଲେ। ସେହି ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

Share