Categories: ଜାତୀୟ

ରାଗିଗଲେ କୁମାରସ୍ବାମୀ: କହିଲେ, ମୋଦିଙ୍କୁ ଭୋଟ ଦେଇ ମୋତେ ସାହାଯ୍ୟ ମାଗନାହିଁ

ବେଙ୍ଗାଲୁରୁ, ୨୭।୬:କର୍ନାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ରାୟଚୂରରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରିବାକୁ ଯାଉଥିବାବେଳେ ବାଟରେ ବିରୋଧ ପ୍ରଦର୍ଶନ କରୁଥିବା କିଛି ଲୋକଙ୍କୁ ଦେଖି ରାଗିଯାଇ ମୋଦିଙ୍କୁ ଭୋଟ ଦେଇ ମୋତେ ସାହାଯ୍ୟ ମାଗନାହଁି ବୋଲି କହିଥିଲେ। ସୂଚନାଯୋଗ୍ୟ, କୁମାରସ୍ବାମୀ ନିଜ ପୈତୃକ ଗ୍ରାମ କରେଗୁଡ୍ଡାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଯାଇଥିଲେ। ସେଠାରେ କିଛି ଲୋକ ତାଙ୍କ ଗାଡିକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ରାଗିଯାଇଥିଲେ କୁମାରସ୍ବାମୀ। ମୋଦିଙ୍କୁ ଭୋଟ ଦେଇ, ଏଠାକୁ କାହିଁ ଆସିଛ ବୋଲି ବିକ୍ଷୋଭକାରୀଙ୍କୁ ପ୍ରଶ୍ନ କରିଥିଲେ।

Share