ରାଗିଗଲେ ନେହା କକ୍କର

ବଲିଉଡ୍‌ର ଲୋକପ୍ରିୟ ସିଙ୍ଗ୍‌ର୍‌ ନେହା କକ୍କର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିକଟରେ ଏକ କମେଡି ଶୋ’ରେ ତାଙ୍କ ମଜାକ୍‌ ଉଡାଯିବାକୁ ନେଇ ସେ ରାଗିଯାଇଛନ୍ତି। ସୋନି ଟିଭି ପକ୍ଷରୁ ପ୍ରସାରିତ ଡଃ ପ୍ରାଣ ଲେଲେ ଶୋ’ରେ ନେହାଙ୍କ ଉପରେ ଏକ କମେଡି ସିନ୍‌ ରଖାଯାଇଥିଲା। ଏହି ସିନ୍‌କୁ ନେଇ ଖୁସି ନାହାନ୍ତି ନେହା। ନିଜ ଇନଷ୍ଟାଗ୍ରାମରେ ନିଜ କ୍ରୋଧ ଜାହିିର କରିଛନ୍ତି ସେ। ତାଙ୍କ ଭାଇ ଟୋନି କକ୍କର ମଧ୍ୟ ଏଥିରେ ତାଙ୍କୁ ସାଥ୍‌ ଦେଇଛନ୍ତି। ଡଃ ପ୍ରାଣ ଲେଲେ ଶୋ’ରେ ଡାକ୍ତର ଭାବେ ଅଭିନୟ କରୁଥିବା କିକୁ ସାରଦା ଏବଂ ନର୍ସ ଗୌରବ ଗେରା ଜଣେ ଛୋଟ ଉଚ୍ଚତାର ଯୁବତୀଙ୍କୁ ନେଇ ମଜାକ ଉଡାଉ ଥିଲେ। ପରଦାରେ ଉକ୍ତ ଯୁବତୀଙ୍କ ନାଁ ଥିଲା ନେହା ଶକ୍କର। କେବଳ ଉଚ୍ଚତା ନୁହେଁ, ତାଙ୍କ ଟ୍ୟାଲେଣ୍ଟକୁ ନେଇ ମଧ୍ୟ କମେଡି କରାଯାଇଥିଲା। ଏହାକୁ ନେଇ ନେହା କକ୍କର ଆପତ୍ତି ଉଠାଇଛନ୍ତି। ଏଭଳି କମେଡି ଦେଖିବା ପରେ ମୁଁ ଭାଙ୍ଗିପଡିଥିଲି। କମେଡିକୁ ସମ୍ମାନ କରେ ତା’ ମାନେ ନୁହେଁ, ଜଣଙ୍କ ଉଚ୍ଚତା ଏବଂ ଟ୍ୟାଲେଣ୍ଟକୁ ନେଇ ଏଭଳି ମଜାକ ଉଡାଯିବ। ଏହା ମୋତେ ବ୍ୟଥିତ କରିଛି। ଏଭଳି ସମୟରେ ମୋ ଫ୍ୟାନ୍‌ମାନଙ୍କ ସମର୍ଥନ ପାଇଁ ମୁଁ ଖୁସି ଅଛି ବୋଲି ନେହା କହିଛନ୍ତି।

Share