ରାଗିଗଲେ ରାକ୍ଷୀ

ବମ୍ବେ: ରାଗିଗଲେ ବଲିଉଡ୍‌ର ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତ। ଭାବୁଥିବେ କାରଣ କ’ଣ। ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଶେହନାଜ୍‌ ଗିଲଙ୍କୁ ‘ପଞ୍ଜାବର ରାକ୍ଷା ସାଓ୍ବନ୍ତ’ ବୋଲି ଇଙ୍ଗିତ କରି ଶୈଫାଲୀ ଜରିଓ୍ବାଲା କହିଥିଲେ। ଏହା ଶୁଣିବା ପରେ ରାକ୍ଷୀ ରାଗିଯାଇଛନ୍ତି। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେ କିଛି ଭିଡିଓ ଶେୟାର କରି ଶୋ’ରେ ତାଙ୍କୁ କ’ଣ ପାଇଁ ଟାର୍ଗେଟ କରାଯାଉଛି ପଚାରିଛନ୍ତି। ଏପରି କରିବା ବେଳେ ତୁମକୁ ଲାଜ ଲାଗୁନାହିଁ ବୋଲି ସେ ଶୈଫାଲୀକୁ କହିଛନ୍ତି। ସଲମାନ ମୋତେ ବହୁତ ଭଲପାଆନ୍ତି। ବଲିଉଡ୍‌ର ଜଣେ ଭଲ ଏଣ୍ଟରଟେନର ବୋଲି ସେ କୁହନ୍ତି। ହେଲେ ଶୋ’ରେ ତାଙ୍କ ନାମକୁ ଖରାପ କରାଯାଉଥିବାରୁ ସେ ନ୍ୟାୟ ଭିକ୍ଷା କରିଛନ୍ତି।

ତେବେ ଶୋ’ରେ ଏକ ଟାସ୍କ ସମୟରେ ଶେହନାଜ ସିଦ୍ଧାର୍ଥ ଶୁକ୍ଳା ଏବଂ ଅସିମଙ୍କ ସହ ଝଗଡ଼ା କରୁଥିଲେ। ଏହି ସମୟରେ ଶୈଫାଲୀ ଶେହନାଜଙ୍କୁ ପଞ୍ଜାବର କଟ୍ରିନା କୈଫ୍‌ ନୁହନ୍ତି ବରଂ ପଞ୍ଜାବର ରାକ୍ଷୀ ସାଓ୍ବନନ୍ତ ବୋଲି ତାଙ୍କୁ କହିଥିଲେ।

 

Share