ରାଗିଣୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌ର ଟ୍ରେଲର ରିଲିଜ, ବୋଲ୍ଡ ଭୂମିକାରେ ନଜର ଆସିଲେ ଦିବ୍ୟା-ବରୁଣ

ବମ୍ବେ: ରିଲିଜ୍‌ ହୋଇଛି ଓ୍ବେବ୍‌ ସିରିଜ୍‌ ରାଗିଣୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌-୨ର ଟ୍ରେଲର। ୨.୫୧ ମିନିଟ୍‌ର ଏହି ଟ୍ରେଲର୍‌ରେ ସସ୍‌ପେକ୍ସ, ଆକ୍ସନ, ଥ୍ରିଲ୍‌, ବୋଲ୍ଡନେସ୍‌ ଏବଂ ହରର୍‌ ଆଦି ଭରପୂର ରହିଥିବା ଦେଖିବାକୁ ମିଳୁଛି। ଇତିମଧ୍ୟରେ ଏହାକୁ ସାତ ଲକ୍ଷରୁ ଅଧିକ ଲୋକେ ଦେଖିସାରିଲେଣି। ଡିସେମ୍ବର ୧୮ରେ ଓ୍ବେବ୍‌ ସିରିଜ୍‌ଟି ଜି-୫ରେ ରିଲିଜ କରାଯିବ। ଏଥିରେ ସନି ଲିଓନ, ଦିବ୍ୟା ଅଗ୍ରଓ୍ବାଲ, ବରୁଣ ସୁଡ ପ୍ରମୁଖ ନଜର ଆସିବେ।

କାହାଣୀଟି ଜଣେ ସ୍ନାତକ ଶେଷ ବର୍ଷର ଛାତ୍ରୀ ରାଗିଣୀ(ଦିବ୍ୟା)ଙ୍କ ଜୀବନକାହାଣୀ ଉପରେ ଗତିଶୀଳ। ଏକଦା ସେ ବନ୍ଧୁ ବର୍ଷାଙ୍କ ପାଇଁ ବ୍ୟାଚ୍‌ଲର ପାର୍ଟିର ବନ୍ଦୋବସ୍ତ କରୁଛନ୍ତି। ନିଜର ଅନ୍ୟସାଙ୍ଗମାନଙ୍କ ସହ ସେ ଏକ ଟ୍ରିପ୍‌ରେ ଯାଉଛନ୍ତି। ସେଠାରେ ପୂର୍ବରୁ କିଛି ପୁଅ ଅଛନ୍ତି। ପରେ ସମସ୍ତେ ଏକ ହୋଟେଲ ଯାଉଛନ୍ତି। ଏହାପରେ ସେମାନଙ୍କ ଜୀବନରେ କି ପରିବର୍ତ୍ତନ ଆସୁଛି ତାହା ଓ୍ବେବ୍‌ସିରିଜ୍‌ରେ ଦେଖିବାକୁ ମିଳିବ। ହୋଟେଲ ମାଲିକ ଭୂମିକାରେ ବରୁଣ ନଜର ଆସିବେ।

Share