ରାଗିଯାଇ ପ୍ରଶଂସକଙ୍କ ହାତରୁ ଫୋନ୍‌ ଛଡ଼ାଇନେଲେ ସଲମାନ, ଭିଡିଓ ଭାଇରାଲ

ବମ୍ବେ: ରାଗିଗଲେ ଦବଙ୍ଗ ଖାଁ। ରାଗ ପୁଣି ଏପରି ଯେ, ପ୍ରଶଂସକଙ୍କ ହାତରୁ ଫୋନକୁ ଛଡ଼ାଇନେଲେ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୋଆ ବିମାନବନ୍ଦର ପରିସରରେ। ପ୍ରଶଂସକ ଜଣଙ୍କ ସଲମାନ୍‌ଙ୍କ ସହ ଏକ ଫଟୋ ନେବାକୁ ଚାହୁଁଥିବା ବେଳେ ସେ ରାଗିଯାଇ ତାଙ୍କ ହାତରୁ ଫୋନ ଛଡ଼ାଇ ଆଣିଥିଲେ। ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି।

ଏହାକୁ ଦେଖିବା ପରେ କିିଛି ପ୍ରଶଂସକ ଭାଇଜାନ୍‌ଙ୍କ ଉପରେ ଖପ୍ପା ହୋଇଛନ୍ତି। କ’ଣ ପାଇଁ ଏତେ ଗର୍ବ ବୋଲି ଜଣେ ପ୍ରଶଂସକ ମତ ରଖିଛନ୍ତି। ସେହିଭଳି ଅନ୍ୟ ଜଣେ କହିଛନ୍ତି, ମୁଁ ଆପଣଙ୍କର ପ୍ରଶଂସକ, ହେଲେ ଏପରି କରିବା ଭୁଲ୍‌।

ସଲ୍‌ମାନ ଏବେ ଗୋଆରେ ଆଗାମୀ ଫିଲ୍ମ ‘ରାଧେ’ର ଶୁଟିଂରେ ବ୍ୟସ୍ତ। ଗୋଟିଏ ପଟେ ବିଗ୍‌ବସ୍‌, ଅନ୍ୟପଟେ ଫିଲ୍ମ ଶୁଟିଂ, ଏଣୁ ସେ ବ୍ୟସ୍ତ ରହୁଛନ୍ତି। ତେଣୁ ସଲ୍‌ମାନ ରାଗିଯିବା ସ୍ବାଭାବିକ ବୋଲିି କୁହାଯାଉଛି।

Share