ରାଗିଲେ କରିନା!

ମୁମ୍ବାଇ: ନିକଟରେ ବଲିଉଡ୍‌ ବେବୋ କରିନା କପୁର ଖାଁ ହୋଲି ଖେଳି ଫେରୁଥିବା ସମୟରେ ତାଙ୍କୁ ସ୍ପଟ କରାଯାଇଥିଲା। ଆଉ ଏତିକିବେଳେ ତାଙ୍କ ପ୍ରଶଂସକମାନେ କରିନାଙ୍କ ସହ ଏକ ସେଲ୍‌ଫି ନେବାକୁ ଚେଷ୍ଟା କରିଥିଲେ। କେହି କେହି ଏଥିରେ ସଫଳ ନ ହୋଇଥିବା ବେଳେ ଜଣେ ପ୍ରଶସଂକ ସିଧାସଳଖ କରିନାଙ୍କ ପାଖରେ ପହଞ୍ଚି ଯାଇଥିଲେ ଓ ଏକ ସେଲ୍‌ଫି ନେବାକୁ କହିଥିଲେ। କେବଳ ସେତିକି ନୁହେଁ ପ୍ରଶଂସକ ଜଣଙ୍କ କରିନାଙ୍କ ଦେହରେ ବାଡେଇ ହୋଇଯାଇଥିଲେ। ହେଲେ ଏହାକୁ ଦେଖି ରାଗିଯାଇଥିଲେ କରିନା। ଅବଶ୍ୟ ପ୍ରଶଂସକ ଜଣକ ତାଙ୍କୁ କ୍ଷମା ମାଗିଥିଲେ କିନ୍ତୁ ସେ କିଛି ଶୁଣିବା ମୁଡ୍‌ରେ ନ ଥିଲେ। ଅଳ୍ପ କେତେ ସେକେଣ୍ଡ ପାଇଁ ଫଟୋ ପୋଜ୍‌ ଦେଇ ଚାଲିଯାଇଥିଲେ କରିନା। ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କରିନା ଉକ୍ତ ପ୍ରଶଂସକଙ୍କୁ ଗାଳି ଦେଉଥିବା ଦେଖାଯାଇଛି।

Share