କୋଲକାତା,୨୦।୮: ଆଲୋଚନା ହେଉଛି ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପଡିଲାଣି ଷ୍ଟ୍ରାଟେଜି ମେକର ପ୍ରଶାନ୍ତ କିଶୋରଙ୍କ ଇଫେକ୍ଟ। କାରଣ ପ୍ରଶାନ୍ତ ଆସିଲେ ‘ଦିଦି କେ ବୋଲ୍’ମାଧ୍ୟମରେ ମମତାକୁ ବଦଳାଇବେ ବୋଲି ଅନୁମାନ କରାଯାଉଥିଲା। ଆଉ ଏବେ ଏହା ଦେଖିବାକୁ ମିଳିଛି। କାରଣ ନିକଟରେ ମମତା ଏକ ବସ୍ତି ପରିଦର୍ଶନରେ ଯାଇଥିବା ବେଳେ ଜାଣିବାକୁ ପାଇଥିଲେ କି ସେଠାରେ ୪ଶହ ଲୋକଙ୍କ ପାଇଁ ରହିଛି ମାତ୍ର ୨ଟି ଶୌଚାଳୟ। ଆଉ ଏହା ଶୁଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯିବା ସହ ବିଭାଗୀୟ ମନ୍ତ୍ରୀ ଫିରହଦ ହକିମଙ୍କୁ ଡାକି ଏହାର କାରଣ ପଚାରିଥିଲେ। ତେବେ ହକିମ କହିଥିଲେ ସେଠାକାର କାଉନସିଲର ଗତ ୨୦୧୭ରୁ ଜେଲରେ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଏହାପରେ ମମତା ଯେତେଶୀଘ୍ର ସମ୍ଭବ ଉକ୍ତ ବସ୍ତିରେ ୭-୮ଟି ଶୌଚାଳୟ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମମତାଙ୍କର କଥାରୁ ଲାଗୁଥିଲା ତାଙ୍କ ଉପରେ ନିଶ୍ଚିତ ଭାବେ ପ୍ରାଶନ୍ତଙ୍କ ମନ୍ତ୍ର କାମ କରିଛି।