Categories: ବାଣିଜ୍ୟ

ରାଘବେନ୍ଦ୍ର ସମବାୟ ବ୍ୟାଙ୍କ ଉପରେ ଆର୍‌ବିଆଇର କଟକଣା

ନୂଆଦିଲ୍ଲୀ,୧୫-୧: ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ (ପିଏମ୍‌ସି) ବ୍ୟାଙ୍କ ପରେ ରିଜର୍ଭ ବ୍ୟାଙ୍କ କର୍ନାଟକର ରାଘବେନ୍ଦ୍ର ସହକାର ବ୍ୟାଙ୍କ ଉପରେ ଉଠାଣ ନେଇ କଟକଣା ଜାରି କରିଛି। ଏହି ବ୍ୟାଙ୍କରୁ ଗ୍ରାହକ ଥରକେ କେବଳ ୩୫ ହଜାର ଟଙ୍କା ଉଠାଣ କରିବା ନେଇ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି। ଏହି ବ୍ୟାଙ୍କ ଆଗାମୀ ୬ ମାସ ଯାଏ ରିଜର୍ଭ ବ୍ୟାଙ୍କର ବିନା ଅନୁମତିରେ କୌଣସି ନୂଆ ଋଣ କିମ୍ବା ନିବେଶ କରି ପାରିବ ନାହିଁ। ବ୍ୟାଙ୍କର ଲାଇସେନ୍ସ ଏବେ ଯାଏ ରଦ୍ଦ ହୋଇନାହିଁ। ବ୍ୟାଙ୍କର ସ୍ଥିତି ନ ସୁଧୁରିବା ଯାଏ ଏଭଳି କଟକଣା ଲାଗି ରହିବ। ଏହି ସମୟ ମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କର ତତ୍ତ୍ୱାବଧାନରେ ଉକ୍ତ ସମବାୟ ବ୍ୟାଙ୍କର କାମକାର୍ଯ୍ୟ ଚାଲୁ ରହିବ। ଶୁକ୍ରବାର ପରଠାରୁ ବ୍ୟାଙ୍କ ଉପରେଏଭଳି କଟକଣା ଲାଗୁ ହୋଇଛି।

Share