Categories: ଫୁରସତ

ରାଜକୁମାରୀ ଡାଏନାଙ୍କ ଜିମ୍‌ ସ୍ବେଟ୍‌ଶାର୍ଟ ୩୭ ଲକ୍ଷ ଟଙ୍କାରେ ନିଲାମ

ରାଜକୁମାରୀ ଡାଏନା ଜିମ୍‌କୁ ପିନ୍ଧି ଯାଉଥିବା ସ୍ବେଟ୍‌ଶାର୍ଟକୁ ନିଲାମ କରାଯାଇ ୩୭ ଲକ୍ଷ ଟଙ୍କା( ୫୩, ୫୩୨ ଡଲାର )ରେ ବିକ୍ରି କରାଯାଇଛିି। ଶର୍ଟସ ସହ ଭିର୍ଜିନ ଆଣ୍ଟ୍‌ଲାଟିକ୍‌ର ଏହି ସ୍ବେଟ୍‌ଶାର୍ଟ ପିନ୍ଧି ସେ ନିୟମିତ ଜିମ୍‌ରୁ ବାହାରିବା ଲକ୍ଷ୍ୟ କରାଯାଉଥିଲା। ସ୍ବେଟଶାର୍ଟକୁ ସେ ତାଙ୍କ ଟ୍ରେନ୍‌ର ଜେନି ରିଭେଟଙ୍କୁ ଉପହାର ଦେଇଥିଲେ, ଯାହାକୁ ସେ ଏବେ ନିଲାମ କରିଛନ୍ତି। ଏହି ଶାର୍ଟକୁ ଜଣେ ଅଜଣା ନିଲାମଧାରୀ କିଣିଛନ୍ତି। ଏହି ନିଲାମରେ ରାଜକୁମାରୀ ଡାଏନା ଦେଇଥିବା କିଛି ହାତ ଲେଖା ନୋଟ୍‌କୁ ବି ଜେନି ବିକ୍ରି କରିଛନ୍ତି। ଏହି ଲେଖା ଥିଲା-’ଡିୟରେଷ୍ଟ ଜେନି, ଲଟସ୍‌ ଅଫ୍‌ ଲଭ୍‌ ଫ୍ରମ୍‌ ଡାଏନା,ଏକ୍ସ’। ଏହି ଲେଖା ସହ ଜେନି ବି ତାଙ୍କର ଏକ ହାତ ଲେଖା ରଖିଥିଲେ ,ଯେଉଁଥିରେ ଲେଖାଥିଲା-ସାର୍‌ ରିଚାର୍ଡସନ୍‌ ଏହି ସ୍ବେଟ୍‌ଶାର୍ଟକୁ ରାଜକୁମାରୀଙ୍କୁ ଦେଇଥିଲେ। ଏହାକୁ ସେ ବହୁ ସମୟରେ ଜିମ୍‌କୁ ପିନ୍ଧି ଆସୁଥିଲେ। ଜିମ୍‌ର ପୋଷାକ ଅପେକ୍ଷା ବିଶ୍ୱର ବିଭିନ୍ନ ଘଟଣା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତାକୁ ସେ ଉପଲବ୍ଧତ୍ କରୁଥିଲେ । ଏଣୁ ସେ ଏହି ଶାର୍ଟକୁ ପିନ୍ଧୁଥିଲେ। ଏହା ବି ଗଣମାଧ୍ୟମଠାରୁ ଦୂରେଇ ରହିବାର ଏକ କୌଶଳ ଥିଲା। ମୋ ପାଇଁ କିଛି ସ୍ବେଟଶାର୍ଟ ରଖିଛନ୍ତି ବୋଲି ତାଙ୍କ ଦେହାନ୍ତର କିଛି ମାସ ପୂର୍ବରୁ ମୋତେ କହିଥିଲେ। ସେହି ଶାର୍ଟ ମଧ୍ୟରୁ ଏହା ଅନ୍ୟତମ।’ ନିଲାମରୁ ଲବ୍ଧ ଟଙ୍କାକୁ ଜେନି ଆଫ୍ରିକାର ମାଲାଓ୍ବିଆନ ପରିବାରକୁ ସାହାଯ୍ୟ କରିବାକୁ ଯୋଜନା କରିଛନ୍ତି।

Share