Categories: ଖେଳ

ରାଜକୋଟ୍‌ରେ ଭଲ ନାହିଁ ଭାରତର ରେକର୍ଡ

ରାଜକୋଟ,୧୬।୧(ପି.ଟି.)- ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏସ୍‌ସିଏ) ଗ୍ରାଉଣ୍ଡରେ ଘରୋଇ ଭାରତର ରେକର୍ଡ ଭଲ ନାହିଁ। ଏଠାରେ ଗତ ଦୁଇଟି ମ୍ୟାଚ୍‌ ଖେଳି ଭାରତ ପରାସ୍ତ ହୋଇଥିଲା। ୨୦୧୩ରେ ଏଠାରେ ଭାରତ ଇଂଲଣ୍ଡଠାରୁ ଏକ ରୋମାଞ୍ଚକ ମ୍ୟାଚ୍‌ରେ ମାତ୍ର ୯ ରନରେ ପରାସ୍ତ ହୋଇଥିଲା। ଏହାପରେ ୨୦୧୫ ଅକ୍ଟୋବର ୧୮ ତାରିଖରେ ଭାରତ ଏଠାରେ ଦକ୍ଷିଣ ଆଫ୍ରିକାଠାରୁ ୧୮ ରନରେ ପରାସ୍ତ ହୋଇଥିଲା। ଏହି ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଖେଳିଥିବା ଏକମାତ୍ର ଟି୨୦ ମ୍ୟାଚ୍‌ରେ କିନ୍ତୁ ଭାରତଠାରୁ ପରାସ୍ତ ହୋଇଥିଲା। ତେବେ ୧୯୮୬ ଅକ୍ଟୋବର ୭ ତାରିଖରେ ଅଷ୍ଟ୍ରେଲିଆ ପୁରୁଣା ଷ୍ଟାଡିୟମରେ ୨୬୧ରନର ଟାର୍ଗେଟ ଚେଜ୍‌ କରି ୭ ଉଇକେଟରେ ବିଜୟୀ ହୋଇଥିଲା। ଅଧିନାୟକ ଆଲାନ ବର୍ଡର ଅପରାଜିତ ୯୧ ରନ କରି ଦଳକୁ ଜିତାଇଥିଲେ। ଏହାପରେ ୨୦୧୩ ଅକ୍ଟୋବର ୧୦ରେ ଏଠାରେ ଖେଳାଯାଇଥିବା ଟି୨୦ ମ୍ୟାଚ୍‌ରେ ଭାରତ ୬ ଉଇକେଟରେ ଅଷ୍ଟ୍ରେଲିଆକ ହରାଇଥିଲା।

Share