ନୂଆଦିଲ୍ଲୀ,୭।୧୨: ଦେଶର ବହୁ ଚର୍ଚ୍ଚିତ ନିର୍ଭୟା ଗଣ ବଳାତ୍କାର ମାମଲାର ଅଭିଯୁକ୍ତ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା କ୍ଷମା ଆବେଦନକୁ ଖୁବଶୀଘ୍ର ଫେରାଇ ନେବା ଲାଗି ଆବେଦନ କରିଛନ୍ତି। ସେ କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ରାଜକ୍ଷମା ଆବେଦନ ପାଇଁ ଯେଉଁ ଫାଇଲ୍ ରାଷ୍ଟ୍ରପତିଙ୍କ ପାଖକୁ ଯାଇଛି ସେଥିରେ ତାଙ୍କର ଦସ୍ତଖତ ନାହିଁ। ଏବେ ଏହି ମାମଲାରେ ପୁଣିଥରେ ରାଜକ୍ଷମା ଆବେଦନ କରାଯିବ ବୋଲି ଆଲୋଚନା ହେଉଛି। ଶୁକ୍ରବାର ହିଁ ରାଜକ୍ଷମା ଆବେଦନକୁ ଖାରଜ କରାଯାଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରପତିଙ୍କ ପାଖକୁ ଫାଇଲ ପଠାଇ ଦିଆଯାଇଥିଲା।