Categories: ଜାତୀୟ

ରାଜଘାଟରେ କଂଗ୍ରେସର ସତ୍ୟାଗ୍ରହ

ନୂଆଦିଲ୍ଲୀ,୨୩।୧୨: ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ସୋମବାର ଅପରାହ୍ନରେ ଦିଲ୍ଲୀର ରାଜଘାଟରେ କଂଗ୍ରେସ ଏହାର ବିରୋଧରେ ସତ୍ୟାଗ୍ରହ କରିଛି। ଯେଉଁଥିରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ କଂଗ୍ରେସର ବହୁ ତୁଙ୍ଗନେତା ସାମିଲ ହୋଇଛନ୍ତି।

Share