Categories: ଜାତୀୟ

ରାଜଧାନୀରେ ଏଏପି-ଭାଜପା ମଧ୍ୟରେ ପୋଷ୍ଟର ଓ୍ବାର

ନୂଆଦିଲ୍ଲୀ,୩୧।୧୨: ରାଜଧାନୀ ଦିଲ୍ଲୀରେ ବେଆଇନ ଭାବେ ଗଢି ଉଠିଥିବା କଲୋନୀକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଆମ୍‌ ଆଦମୀ ପାର୍ଟି(ଏଏପି) ମଧ୍ୟରେ ପୋଷ୍ଟର ଓ୍ବାର ଆରମ୍ଭ ହୋଇଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଏହି ରାଜନୈତିକ ଦଳ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଏଭଳି କରୁଥିବା ଆଲୋଚନା ହେଉଛି। ଭାଜପା କହିଛି ବେଆଇନ କଲୋନୀରେ ଅନିଶ୍ଚିତ ଭାବେ ରହୁଥିବା ପ୍ରାୟ ୪୦ଲକ୍ଷ ପରିବାରଙ୍କ ମୁଣ୍ଡରୁ ବୋଝ ହଟିଯାଇଛି। କିନ୍ତୁ ଏଏପି କହିଛି ଭାଜପା ୪୦ ଲକ୍ଷ ପରିବାରକୁ ଧୋକା ଦେଇଛି। ତାଙ୍କୁ ଭୁଲ୍‌ ବାଟରେ ନେଇଛି। ଏହାକୁ ନେଇ ଉଭୟ ଦଳଙ୍କ ମଧ୍ୟରେ ପୋଷ୍ଟର ଓ୍ବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ପୂର୍ବରୁ ମୋଦି ଏହି ୪୦ ଲକ୍ଷ ପରିବାରଙ୍କୁ ସେମାନଙ୍କ ବାସଗୃହର ମାଲିକାନା ପ୍ରଦାନ କରିବାକୁ କଥା ଦେଇଥିଲେ। ଯାହାକୁ ନେଇ ଏବେ ଏଏପି ଓ ଭାଜପା ମଧ୍ୟରେ ପୋଷ୍ଟର ଓ୍ବାର ହୋଇଛି।

Share