ରାଜଧାନୀରେ କରୋନା ସତର୍କତା: ସର୍ବସାଧାରଣସ୍ଥାନକୁ ସଂକ୍ରମଣ ମୁକ୍ତ କରିବାକୁ ବିଶୋଧକ ସ୍ପ୍ରେ

ଭୁବନେଶ୍ୱର,୩୧।୩(ବ୍ୟୁରୋ): ରାଜଧାନୀରେ କରୋନା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସର୍ବସାଧାରଣସ୍ଥାନକୁ ସଂକ୍ରମଣମୁକ୍ତ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ବିଏମ୍‌ସିର ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରର ବାପୁଜି ନଗର, ସିଆର୍‌ପି, ବରମୁଣ୍ଡା ଅଞ୍ଚଳକୁ ମଙ୍ଗଳବାର ବିଶୋଧକ ସ୍ପ୍ରେ କରାଯାଇଛି। ସକାଳେ ବାପୁଜିନଗରରୁ ରାଜମହଲ ଛକ ପର୍ଯ୍ୟନ୍ତ କରାଯାଇଥିବା ବେଳେ ଅପରାହ୍ନରେ ସିଆର୍‌ପି ଛକରୁ ବରମୁଣ୍ଡା ଛକ ପର୍ଯ୍ୟନ୍ତ ଏବଂ ବରମୁଣ୍ଡା ଫାୟାର ଷ୍ଟେଶନରୁ ଡେଲ୍‌ଟା ଛକ, ଶିରିପୁର ଛକ, ଗଙ୍ଗନଗର ପର୍ଯ୍ୟନ୍ତ ସାନିଟାଇଜ୍‌ କରାଯାଇଥିବା ସୂଚନା ମିଳିଛି।

Share