ରାଜଧାନୀରେ କୁଆପଥର ବର୍ଷା

ଭୁବନେଶ୍ୱର,୨୧।୩(ବ୍ୟୁରୋ): ରାଜଧାନୀରେ କୁଆପଥର ବର୍ଷା। ଶନିବାର ଅପରାହ୍ନ ୧ଟା ପରଠାରୁ ପ୍ରବଳ ବର୍ଷା ସହ କୁଆପଥର ପଡ଼ୁଥିବା ଦେଖିବାକୁ ମିଳିଛି। ପାଗରେ ହଠାତ୍‌ ପରିବର୍ତ୍ତନ ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ପ୍ରକାଶ ଯେ, ରାଜ୍ୟର ୫ ଜିଲାରେ ଶନିବାର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ ଓ ଜଗତ୍‌ସିଂହପୁର ଆଦି ଜିଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ସହ ବଜ୍ରପାତ ହୋଇପାରେ। ଏହାକୁ ଦୃଷ୍ଟିରେ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share