ରାଜଧାନୀରେ ଖୋଲିବନି ସ୍ପା-ସେଲୁନ

ନୂଆଦିଲ୍ଲୀ,୧୮।୫: କରୋନା ସଂକ୍ରମଣ ରୋକିବାକୁ ସୋମବାରଠାରୁ ସାରା ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ ୪.୦। ଏହାକୁ ନେଇ ଭିନ୍ନ ଭିନ୍ନ ରାଜ୍ୟରେ ନିୟମ କୋହଳରେ ପାର୍ଥକ୍ୟ ଦେଖାଦେଇଛି। ତେବେ ରାଜଧାନୀ ଦିଲ୍ଲୀରେ କ’ଣ ଖୋଲା ରହିବ କ’ଣ ଖୋଲା ନ ରହିବ ସେ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୂଚନା ଦେଇଛନ୍ତି। ଲକ୍‌ଡାଉନ ୪.୦ରେ ଦିଲ୍ଲୀରେ ବସ୍‌ ଚଳାଚଳ କରିପାରିବ। ହେଲେ ଏଥିରେ ମାତ୍ର ୨୦ ଜଣ ଯାତ୍ରୀ ଏକାଥରେ ଯାତ୍ରା କରିପାରିବେ। ସମସ୍ତଙ୍କର ସ୍କ୍ରିନିଂ ପରେ ବସରେ ପ୍ରବେଶ ଅନୁମତି ମିଳିବ ଓ ଏମାନେ ପରସ୍ପର ମଧ୍ୟରେ ସୋସିଆଲ ଡିଷ୍ଟାନସିଂ ରଖିବେ। ଏହାସହ କେବଳ ଦିଲ୍ଲୀରେ ରହୁଥିବା ଶ୍ରମିକମାନଙ୍କୁ ନେଇ ନିର୍ମାଣ କାର୍ଯ୍ୟ କରାଯାଇପାରିବ। ଅନ୍ୟପଟେ ଅଡ୍‌ ଇଭିନ୍‌ ଅନୁଯାୟୀ ବଜାର ଖୋଲାଯିବା। ସେଲୁନ୍‌, ସ୍ପା, ବାରିକ ଦୋକାନ ଆଦି ମେ’ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। କଣ୍ଟେନମେଣ୍ଟ ଜୋନରେ କୌଣସି ଯାନବାହାନ ଚଳାଚଳ କରିବ ନାହିଁ। ଇ-ରିକ୍ସା, ଅଟୋ ରିକ୍ସରେ କେବଳ ଜଣେ ବ୍ୟକ୍ତି ଯାତ୍ରା କରିପାରିବେ। ଘରୋଇ ସଂସ୍ଥା ଗୁଡିକ ସମ୍ପୂର୍ଣ୍ଣ ଖୋଲି ପାରିବ କିନ୍ତୁ ଯେତେ ସମ୍ଭବ ଓ୍ବାର୍କ ଫ୍ରମ ହୋମ୍‌ କଲେ ଭଲ ବୋଲି କେଜରିଓ୍ବାଲ କହିଛନ୍ତି।

Share