ରାଜଧାନୀରେ ଚାଞ୍ଚଲ୍ୟ: ଶିଶୁର ତଣ୍ଟି ଚିପି ହତ୍ୟା ପରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୩ା୬ (ବ୍ୟୁରୋ)-ଖଣ୍ଡଗିରି ଥାନା ଅନ୍ତର୍ଗତ ଆଇଗିଣିଆ ରାଜୀବନଗରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ରହୁଥିବା ଜଣେ ମହିଳା ଅତି ନୃଶଂସ ଭାବେ ଜଣେ ୪ ବର୍ଷର ଶିଶୁ ପୁତ୍ରକୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମହିଳା ଓ ଶିଶୁପୁତ୍ରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ହସ୍ପିଟାଲ ଭର୍ତ୍ତି ହେବାର କିଛି ସମୟ ପରେ ଶିଶୁପୁତ୍ରଟିର ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ଚିକିସତ୍ା ଜାରି ରହିଛି। ଏ ନେଇ ଖଣ୍ଡଗିରି ଥାନା ପୋଲିସ ନଂ. ୩୦୫/୨୦ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share