ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ଭୁବନେଶ୍ୱର ଶହୀଦନଗର ପ୍ଲଟ ନଂ ୩୧୬ ନିକଟରେ ଥିବା ଏକ ବସ୍(କେଏ-୦୧ଡି-୫୧୮୦)ରେ ବୁଧବାର ନିଆଁ ଲାଗି ଜଳିିଯାଇଛି। ଏଥିରେ ବସ୍ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ତେବେ କେହି ଉଦ୍ଦେଶ୍ୟମୂଳକ ଭାବେ ଅଥବା ଶର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ସୂଚନାନୁଯାୟୀ, ଅପରାହ୍ନରେ ବସ୍ଟିରେ ନିଆଁ ଲାଗିଥିବା ଜଣେ ଯୁବକ ଦେଖିବାକୁ ପାଇଥିଲେ। ସେ ଏ ନେଇ କଳ୍ପନା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଗାଡ଼ି ମାଲିକଙ୍କୁ ଖବର ଦିଆଯିବା ପରେ ଘଟଣା ନେଇ ତଦନ୍ତ କରାଯିବ ବୋଲି ଥାନାଧିକାରୀ ବିରଞ୍ଜି ନାରାୟଣ ପତି ସୂଚନା ଦେଇଛନ୍ତି।