ରାଜଧାନୀରେ ଡେଙ୍ଗୁ ସକ୍ରିୟ, ରୋଗୀ ସଂଖ୍ୟା ୨ହଜାର ଟପିଲା

ଭୁବନେଶ୍ୱର,୨୦।୯ (ବ୍ୟୁରୋ):ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଏବେ ଡେଙ୍ଗୁ ଭୂତାଣୁ ସକ୍ରିୟ ରହିଛି। ସହରର ସବୁ ଅଞ୍ଚଳକୁ ଡେଙ୍ଗୁ ବ୍ୟାପିଯାଇଥିବାବେଳେ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ସାମାନ୍ୟ ଜ୍ୱର ହେଲେ ବି ସହରବାସୀଙ୍କ ମନରେ ଛନକା ପଶୁଛି। ରାଜ୍ୟରୁ ଚିହ୍ନଟ ହେଉଥିବା ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲାରୁ ଚିହ୍ନଟ ହେଉଥିବାବେଳେ ସ୍ମାର୍ଟସିଟି ଭୁବନେଶ୍ୱରର ସ୍ଥିତି ସବୁଠୁ ଉଦ୍‌ବେଗଜନକ ରହିଛି। ବର୍ଷା ଦିନ ହୋଇଥିବାରୁ ରୋଗୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୨ ଜାନୁୟାରୀ ୧ରୁ ସେପ୍ଟେମ୍ବର ୧୮ ସୁଦ୍ଧା ଭୁବନେଶ୍ୱରରୁ ମୋଟ୍‌ ୧୯୮୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସହରର ବିଭିନ୍ନ ଅଞ୍ଚଳରୁ ୧୯୩୧ଟି କେସ୍‌ ରହିଥିବାବେଳେ ବାକି ୫୭ଟି କେସ୍‌ ଅଜ୍ଞାତ ଅଞ୍ଚଳରୁ ରହିଛି। ଅପରପକ୍ଷେ ସୋମବାର ସହରରୁ ଆଉ ୩୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଏଲ୍‌.ଡି. ସାହୁ ସୂଚନା ଦେଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ୧୪୧ଜଣଙ୍କ ନମୁନା ପରୀକ୍ଷା ହୋଇଥିଲା। ତେବେ ୩୬ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ସେମାନେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଡା. ସାହୁ କହିଛନ୍ତି। ଏହାକୁ ମିଶାଇ ସହରରେ ରୋଗୀ ସଂଖ୍ୟା ୨ହଜାର ୨୪କୁ ବୃଦ୍ଧି ପାଇଛି। ତେବେ ଜାନୁଆରୀ ୧ରୁ ସେପ୍ଟେମ୍ବର ୨ ମଧ୍ୟରେ ଭୁବନେଶ୍ୱରରୁ ୧୦୧୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ମାତ୍ର ୧୭ ଦିନରେ ସହରରୁ ଆଉ ୧ହଜାର ୮ଜଣ ନୂଆ ରୋଗୀ ଚିହ୍ନଟ ହେବା ଚିନ୍ତା ବଢ଼ାଇଛି। ସୂଚନାନୁସାରେ, ଚଳିତବର୍ଷ ଜାନୁୟାରୀରେ ଭୁବନେଶ୍ୱରରୁ ମାତ୍ର ଜଣେ ରୋଗୀ ଚିହ୍ନଟ ହୋଇଥିବାବେଳେ ଫେବୃୟାରୀରେ କେହି ଚିହ୍ନଟ ହୋଇ ନ ଥିଲେ। ତେବେ ମାର୍ଚ୍ଚରେ ୫ଜଣ, ଏପ୍ରିଲରେ ୬ଜଣ, ମେ’ରେ ୬ଜଣ, ଜୁନ୍‌ରେ ୬୯ଜଣ, ଜୁଲାଇରେ ୨୦୩ଜଣ, ଅଗଷ୍ଟରେ ୭୬୩ ଏବଂ ସେପ୍ଟେମ୍ବରରେ ୯୭୧ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତେବେ ଡେଙ୍ଗୁ ସ୍ଥିତିକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ବି ତାହା ଚିନ୍ତାଜନକ ନୁହେଁ। ଗତବର୍ଷ ତୁଳନାରେ ଏଥର ରାଜ୍ୟରେ ଟେଷ୍ଟର ହାର ଦ୍ୱିଗୁଣରୁ ଅଧିକ ରହିଛି। ୨୦୨୧ରେ ଜାନୁୟାରୀରୁ ସେପ୍ଟେମ୍ବର ୧୫ ସୁଦ୍ଧା ରାଜ୍ୟରେ ୧୪ହଜାର ୩୯୨ ଟେଷ୍ଟ କରାଯାଇଥିଲା। ସେଥିରୁ ୩ହଜାର ୬୬୫ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ।
ଅପରପକ୍ଷେ ଚଳିତବର୍ଷ ଜାନୁୟାରୀରୁ ସେପ୍ଟେମ୍ବର ୧୫ ମଧ୍ୟରେ ମୋଟ୍‌ ୨୬ହଜାର ୩୬୫ ନମୁନା ପରୀକ୍ଷା କରାଯାଇଥିବାବେଳେ ୩ହଜାର ୫୩୪ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରୋଗୀ ସଂଖ୍ୟା ପ୍ରାୟ ସମାନ ରହିଥିଲେ ବି ଟେଷ୍ଟିଂ ବଢିଥିବାରୁ ଗତ ବର୍ଷ ତୁଳନାରେ ପଜିଟିଭିଟି କମ୍‌ ରହିଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ପ୍ରାୟ ୯୫ ପ୍ରତିଶତ ଡେଙ୍ଗୁ ରୋଗୀ ଘରେ ରହି ଚିକିତ୍ସିତ ହୋଇ ସୁସ୍ଥ ହୋଇ ପାରିବେ। ତେଣୁ ଡେଙ୍ଗୁ ଚିହ୍ନଟ ହେଲେ ଭୟଭୀତ ନ ହୋଇ ଏହାର ଉପଯୁକ୍ତ ଚିକିତ୍ସା କରିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ପର୍ଯ୍ୟାୟରେ ‘ସୁଭଦ୍ରା ଟଙ୍କା’ ପାଇବେ ୨୦ ଲକ୍ଷ ମହିଳା, ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା…

ଭୁବନେଶ୍ୱର,୨୧।୧୨: ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କାକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଉପରୁ ହଟିଛି ପରଦା। ଏବେ ଯୋଗ୍ୟ ହିତାଧିକାରୀଙ୍କ ଯାଞ୍ଚ କରାଯାଉଛି। ଯାଞ୍ଚ ସରିଲେ...

ଦୁର୍ବଳ ହେଉଛି ଅବପାତ, ଖୋର୍ଦ୍ଧାରେ ସବୁଠୁ ଅଧିକ ବର୍ଷା

ଖୋର୍ଦ୍ଧା,୨୧ା୧୨: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହି ଅବପାତଟି ଆସନ୍ତା ୧୨ ଘଣ୍ଟା ଭିତରେ ଦୁର୍ବଳ ହେବା ନେଇ ଭୁବନେଶ୍ୱର...

ଟ୍ରଲର ଡ୍ରାଇଭର, ମତ୍ସ୍ୟଜୀବୀଙ୍କ ଘରୁ ହଟୁନି ଭିଏଚ୍‌ଏଫ୍‌ ଟାୱାର

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥାରେ ଅଲିଭ ରିଡ୍‌ଲେ କଇଁଛଙ୍କ ପାଇଁ ସାମୁଦ୍ରିକ ଅଭୟାରଣ୍ୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। କଇଁଛଙ୍କ ପାଇଁ...

ଅବପାତରେ ପରିଣତ ହେଲା ଲଘୁଚାପ: ଏହି ସବୁ ଜିଲାରେ ପ୍ରବଳ ଛେଚିବ

ଭୁବନେଶ୍ୱର,୨୧।୧୨: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳ ଉପରେ...

୨୩ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ବନ୍ଦ ରହିବ

ଭୁବନେଶ୍ୱର,୨୧ା୧୨(ଅନିଲ ଦାସ): ଆସନ୍ତା ଡିସେମ୍ବର ୨୩ ତାରିଖ (ସୋମବାର)ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ସରକାରୀ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଥିବାରୁ...

ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’

ଭୁବନେଶ୍ୱର,୨୧ା୧୨(ସୁଚିସ୍ମିତା ସାହୁ): ରାଜ୍ୟରେ ସ୍କୁଲ ଶିକ୍ଷା ବ୍ୟବସ୍ଥାର ନବୀକରଣ କରାଯିବ। ବଦଳିବ ‘ମୋ ସ୍କୁଲ ଅଭିଯାନ’ ନାଁ। ଖୁବ୍‌ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ‘ପଞ୍ଚସଖା ଶିକ୍ଷା...

ଦିନକରେ ଭୁବନେଶ୍ୱର ତାପମାତ୍ରା ୮.୬ ଡିଗ୍ରୀ ଖସିଲା

ଭୁବନେଶ୍ୱର,୨୧ା୧୨(ଅନୁରାଧା ମହାରଣା): ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଦିନକରେ ଭୁବନେଶ୍ୱରର ଦିନ ତାପମାତ୍ରା ୮.୬ ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇଛି। ଗୁରୁବାର ଅପରାହ୍ନ ୨ଟା...

ଦଳ ବିରୋଧୀ କାର୍ଯ୍ୟ: ବିଜେଡିରୁ ୨ ନିଲମ୍ବିତ

ରାଜନଗର, ୨୧ା୧୨(ଭାସ୍କର ରାଉତରାୟ):ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁକ୍ରବାର କୁରୁଣ୍ଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୁମର କୁମାର ସ୍ବାଇଁ ଓ ଯୁବନେତା ହିମାଂଶୁ ଭୂଷଣ ପାଣିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri