ରାଜଧାନୀରେ ବନ୍ଦ ରହିଲା ସବୁ ମଲ୍‌

ଭୁବନେଶ୍ୱର,୧୭।୩(ବ୍ୟୁରୋ): କଟକ, ଭୁବନେଶ୍ୱର ଟ୍ବିନ୍‌ସିଟିରେ ସମସ୍ତ ଶପିଂ ମଲ୍‌କୁ ବନ୍ଦ କରିବାକୁ ରବିବାର କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସୋମବାର ରସୁଲଗଡ଼ ଏସ୍‌ପ୍ଲାନେଡ୍‌ ମଲ୍‌ରୁ ଆରମ୍ଭକରି ବିଏମ୍‌ସି କେଶରୀ ମଲ୍‌, ଭବାନୀ ମଲ୍‌, ସେଣ୍ଟ୍ରାଲ ମଲ୍‌ ସମେତ ସହରର ସମସ୍ତ ମଲ୍‌ ବନ୍ଦ ରହିଥିଲା। ମଲ୍‌ ଆଗରେ ସୁରକ୍ଷା କର୍ମୀ ଉପସ୍ଥିତ ରହି ସେଠାକୁ ଯାଉଥିବା ଗ୍ରାହକଙ୍କୁ ଫେରାଇ ଦେଉଥିଲେ। ଏପଟେ ୧ ନମ୍ବର ହାଟ ସହ ମାର୍କେଟ୍‌ ବିଲ୍ଡିଂ ମଧ୍ୟ ସମ୍ପୂର୍ଣ୍ଣ ଖାଲି ରହିଥିଲା। ଫୁଟ୍‌ପାଥ୍‌ରେ ଥିବା କିଛି ଦୋକାନୀ ଦୋକାନ ଖୋଲା ରଖିଥିବାବେଳେ ସମସ୍ତ ବଡ଼ ବଡ଼ ଷ୍ଟୋର୍‌ ବନ୍ଦ ରହିଥିଲା। ହାତଗଣତି କିଛି ଲୋକ ଏହାମଧ୍ୟରେ ବୁଲୁଥିଲେ।

Share