ରାଜଧାନୀରେ ବନ୍ଦ ହେବ ହୋମ ଆଇସୋଲେଶନ: କରୋନା ପୀଡ଼ିତ ଯିବେ କ୍ୱାରାଣ୍ଟାଇନ ସେଣ୍ଟର

ନୂଆଦିଲ୍ଲୀ,୧୯।୬: ଦେଶରେ ବେଳକୁ ବେଳ କରୋନା ପୀଡ଼ିତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ରାଜଧାନୀ ଦିଲ୍ଲୀର ସ୍ଥିତି ମଧ୍ୟ ଅସମ୍ଭାଳ ହୋଇ ପଡିଲାଣି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବେ ଦିଲ୍ଲୀ ସରକାରଙ୍କୁ ହୋମ ଆଇସୋଲେଶନ ବନ୍ଦ କରିବାକୁ କହିଛନ୍ତି। ଏବେ କରୋନା ସଂକ୍ରମିତ ଆଉ ହୋମ ଆଇସୋଲେଶନରେ ନ ରହି ବରଂ ଅତିକମ୍‌ରେ ୫ ଦିନ ପାଇଁ କ୍ୱାରାଣ୍ଟାଇନ ସେଣ୍ଟରରେ ରୁହନ୍ତୁ। ଦିଲ୍ଲୀ ସରକାରଙ୍କ ହୋମ ଆଇସୋଲେଶନ ନିୟମ ହେଉଛି ଯେଉଁ କରୋନା ରୋଗୀଙ୍କର କୌଣସି ଲକ୍ଷଣ ନାହିଁ ଅବା କମ୍‌ ଲକ୍ଷଣ ପ୍ରକାଶ ପାଉଛି ସେମାନେ ହସ୍ପିଟାଲ ନ ଯାଇ ଘରେ ରହି ଚିକିତ୍ସିତ ହୋଇପାରିବେ। ଦିଲ୍ଲୀରେ ଏମିତି ରୋଗୀଙ୍କ ସଂଖ୍ୟା ବହୁତ ଅଧିକ ରହିଥିବାରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ହୋମ ଆଇସୋଲେଶନ ବନ୍ଦ କରିବାକୁ କହିଛନ୍ତି। ଏବେ ଆଲୋଚନା ହେଉଛି କି ଯଦି ଏଭଳି ରୋଗୀଙ୍କୁ କ୍ୱାରାଣ୍ଟାଇନ ସେଣ୍ଟର ପଠାଇ ଦିଆଯାଏ ତେବେ ସେମାନେ ମାନସିକ ସ୍ତରରେ ହୁଏତ ଭାଙ୍ଗି ଯାଇ ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ବଡ଼ ଘୋଷଣା, ମିଳିଗଲା ଗ୍ରୀନ ସିଗନାଲ, ଏବେ…

ଓ୍ବାଶିଂଟନ୍‌,୨୫।୪: ପହଲଗାମରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଛି। ଏହି ଆକ୍ରମଣରେ ୨୬ ଜଣ ନିରୀହ ନାଗରିକ ପ୍ରାଣ ହରାଇଛନ୍ତି। ଭାରତ...

ନବନିର୍ମିତ ପାର୍କ: ପୂର୍ବରୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ଆଉ ଏବେ ବିଧାୟକ

ଦିଗପହଣ୍ଡି,୨୫।୪(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମ୍ବାରି ଗାଁ ନିକଟ ଘୋଡାହାଡ ଡ୍ୟାମର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉନ୍ନତିକରଣ ପ୍ରକଳ୍ପ ଓ ଜଳସମ୍ପଦ ବିଭାଗ ପକ୍ଷରୁ...

ପାକିସ୍ତାନ ଛାଡିଲେଣି ପାକିସ୍ତାନୀ, କାଉଣ୍ଟଡାଉନ ଆରମ୍ଭ!

ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଦେଖି ଛାନିଆ ହେଲାଣି ପାକିସ୍ତାନ। ଯେକୌଣସି ମୁହୂର୍ତ୍ତରେ ହୋଇପାରେ କାର୍ଯ୍ୟାନୁଷ୍ଠାନ। ସୀମାରେ ତୟାର ହେଲାଣି ଭାରତୀୟ...

ଧରିତ୍ରୀ ଖବରଦାତାଙ୍କ ନାଁ ନେଇ ଫେକ୍‌ ଚିଠି

ଦାରିଙ୍ଗବାଡି,୨୫।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଧରିତ୍ରୀ ପ୍ରତିନିଧିଙ୍କ ନାମରେ ଫେକ ଚିଠି ଯାଇଛି ପ୍ରଶାସନିକ ଅଧିକାରୀଙ୍କ ନିକଟକୁ। ତେବେ ପ୍ରଶାସନିକ ଅଧିକାରୀମାନେ ସେଠାରେ...

ଆଟାକ୍‌ ପରେ ପାକିସ୍ତାନ ସରକାରଙ୍କୁ ଝାଡିଦେଲେ ପାକିସ୍ତାନୀ ନେତା, କହିଲେ ପାକ୍‌ର ବିନାଶ…

ଇସଲାମବାଦ,୨୫।୪: ପାକିସ୍ତାନରେ ଉଠିଲା ପାକିସ୍ତାନୀ ବିରୋଧୀ ସ୍ବର। ଖୋଦ୍‌ ପାକ୍‌ର ନେତା ପାକିସ୍ତାନ ସରକାରଙ୍କୁ କଡ଼ା ଜବାବ ଦେଇଛନ୍ତି। ପାକିସ୍ତାନ ଆୱାମୀ ନ୍ୟାସନାଲ ପାର୍ଟି (ଏଏନପି)ର...

ବାସ୍କେଟ ବଲ କ୍ରୀଡ଼ା ଉତ୍ସବ: ସାମିଲ ହେଲେ ୧୨ ବିଦ୍ୟାଳୟ

ସମ୍ବଲପୁର,୨୫ା୪(ବି.ଶଙ୍କର): ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ସମ୍ଭାଗସ୍ତରୀୟ ତିନିଦିନିଆ ବାସ୍କେଟ୍‌ ବଲ କ୍ରୀଡ଼ା ଉତ୍ସବ ସମ୍ବଲପୁରସ୍ଥିତ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି।...

ମହୁଲଫୁଲ ୪୭ ଟଙ୍କାରୁ କମ୍‌ରେ କିଣିଲେ ହେବ ଲାଇସେନ୍ସ ରଦ୍ଦ

ନୂଆପଡ଼ା,୨୫ା୪ (ମକାରୁ ବେମାଲ): ଆଦିବାସୀ ଅଧ୍ୟୁଷିତ ନୂଆପଡ଼ା ଜିଲାରେ ୫୦ ପ୍ରତିଶତ ଲୋକ ଲଘୁବନଜାତ ଦ୍ରବ୍ୟ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି ା...

ବସିବାକୁ କେନ୍ଦ୍ର କରି ହଟ୍ଟଗୋଳ: ବିକଶିତ ଗାଁ ବିକଶିତ ଓଡ଼ିଶା ବୈଠକ ବନ୍ଦ

କାଳିପଦା,୨୫।୪(ରାଜଶ୍ରୀ ପାଣିଗ୍ରାହୀ)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସଭା ଗୃହ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ବିକଶିତ ଗାଁ ବିକାଶିତ ଓଡ଼ିଶା କାର୍ଯ୍ୟକ୍ରମ ଲାଗି ବୈଠକ ଆୟୋଜନ କରାଯାଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image