ଭୁବନେଶ୍ୱର,୨୬।୪(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ନିୟମ କୋହଳ ହୋଇଥିଲେ ହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଲକ୍ଡାଉନ୍ କଟକଣା ବଳବତ୍ତର ରହିଛି। ଏହି କ୍ରମରେ ଭୁବନେଶ୍ୱରରେ କଟକଣା ପୂର୍ବପରି ରହିବ। ସହର ଏବେ ବି ହଟ୍ସ୍ପଟ୍ ଜୋନ୍ରେ ଯାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ସହଯୋଗ କରିବାକୁ ଜନସାଧାରଣଙ୍କୁ ବିଏମ୍ସି ପକ୍ଷରୁ ଅନୁରୋଧ କରାଯାଇଛି।
ପ୍ରକାଶ ଥାଉ କି, ଖୋର୍ଦ୍ଧା ଜିଲାରେ ୪୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷେ ଆଉ ୨୨ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେହିଭଳି ଜଣଙ୍କର ମୃତ୍ୟୁ ଘଟିଛି।