ରାଜଧାନୀରେ ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା

ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ)

ମଞ୍ଚେଶ୍ୱର ଥାନା ଅଧୀନ ଜରିପାଟଣା ଗ୍ରାମ ପାର୍ଶ୍ୱରେ ଥିବା କୁଆଖାଇ ନଦୀପଠାରେ ମଙ୍ଗଳବାରଠାରୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ବାଲିଯାତ୍ରା ଅନୁଷ୍ଠିତ ହେବ। ଏନେଇ ଅପରାହ୍ନ ୩ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଟ୍ରାଫିକ୍‌ ନିୟନ୍ତ୍ରଣ ଓ ସର୍ବସାଧାରଣଙ୍କ ଯାତାୟାତ ପାଇଁ ଉପଦେଶନାମା ଜାରି କରାଯାଇଛି। ଏଥିରେ ନନ୍ଦନକାନନରୁ ପଟିଆ ଦେଇ ଯାଉଥିବା ସମସ୍ତ ଭାରିଯାନ/ଟୁରିଷ୍ଟ ବସ୍‌ କୁଆଖାଇ ନଦୀପଠା ରାସ୍ତାରେ ନ ଯାଇ ପଟିଆ ବ୍ରିଜ୍‌ଛକରୁ ପଦ୍ମକେଶରିପୁର ଦେଇ ପଳାସୁଣୀଠାରୁ ବାହାରି ଜାତୀୟ ରାଜପଥ ୧୬ରେ ମିିଶିବାକୁୁ କୁହାଯାଇଛି। ସେହିଭଳି ମଞ୍ଚେଶ୍ୱର (କିର୍ଲୋସ୍କର ଡିଲର) କଟ୍‌ ଦେଇ କୁଆଖାଇ ନଦୀପଠା ରାସ୍ତାରେ କୌଣସି ଭାରିଯାନ ବାଲିଯାତ୍ରା ପଡ଼ିଆ କିମ୍ବା ନନ୍ଦନକାନନ ଆଡ଼କୁ ଯାଇପାରିବେ ନାହିଁ। ମଞ୍ଚେଶ୍ୱର(କିର୍ଲୋସ୍କର ଡିଲର) କଟ୍‌ ଦେଇ ଯାଉଥିବା ସମସ୍ତ ଦୁଇ/ଚାରିଚକିଆ ଯାନ ନଦୀପଠା ରାସ୍ତା ଦେଇ ବାଲିଯାତ୍ରା ପଡ଼ିଆଠାରୁ ପ୍ରାୟ ୫୦୦ ମିଟର ପଛରେ ଥିବା ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରିବେ। ନନ୍ଦନକାନନ/ବାରଙ୍ଗ ପଟୁ ଆସୁଥିବା ସମସ୍ତ ଦୁଇ/ଚାରିଚକିଆ ଯାନ ଯାତ୍ରା ପଡ଼ିଆଠାରୁ ୬୦୦ମିଟର ପୂର୍ବରୁ ବାରିମୁଣ୍ଡ ପାଣିଟାଙ୍କି ପାଖରେ ଥିବା ପାର୍କିଂ ସ୍ଥଳରେ ଗାଡ଼ି ରଖିବେ। ପଟିଆ ପଟୁ ଆସୁଥିବା ସମସ୍ତ ଦୁଇ/ଚାରିଚକିଆ ଯାନ ଯାତ୍ରା ପଡ଼ିଆ ସାମ୍ନାରେ ଥିବା ଜରିପାଟଣା ଗାଁରେ ବନ୍ଦୋବସ୍ତ କରାଯାଇଥିବା ପାର୍କିଂ ସ୍ଥଳରେ ପାର୍କିଂ କରିବେ। ମଞ୍ଚେଶ୍ୱର ଠାରୁ ବାରିମୁଣ୍ଡ ପର୍ଯ୍ୟନ୍ତ ନଦୀପଠା ରାସ୍ତାର ଉଭୟ ପାର୍ଶ୍ୱରେ କେହି ଗାଡ଼ି ପାର୍କିଂ କରି ପାରିବେ ନାହିଁ ା

Share