ରାଜଧାନୀରେ ବୁଭୁକ୍ଷୁ ମଣିଷ,ପଶୁ,ପକ୍ଷୀଙ୍କ ବିକଳଚିତ୍ର: ଗାଡି ଲାଗିଲେ ଖାଇବା ପାଇଁ ଦୌଡ଼ି ଆସୁଛନ୍ତି

ଭୁବନେଶ୍ୱର, ୪।୪(ବ୍ୟୁରୋ):-ରାଜଧାନୀରେ ସଟ ଡାଉନ ଲାଗୁ ହେବାପରେ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ପୋଲିସର କଡା ପାଇଁତରା ମଧ୍ୟରେ ରାଜପଥ ଠାରୁ ଆରମ୍ଭ କରୀ ଗଳି କନ୍ଦିରେ ଶୂନ୍ୟତା ଦେଖିବାକୁ ମିଳିଛି। ଏହି ସ୍ଥିତିରେ ରାସ୍ତା କଡର ମଣିଷ ବୁଲା ପଶୁ ଓ ପକ୍ଷୀ ମାନଙ୍କ ପାଇଁ କେଉଁଠାରେ ଖାଇବାକୁ1 ମିଳୁନାହିଁ। ଭୋକିଲା ମଣିଷଙ୍କ ସହ ଷଣ୍ଢ, କୁକୁର, ମାଙ୍କଡ଼ ମାନେ ଡହଳ ବିକଳ1 ହେଉଛନ୍ତି। ପକ୍ଷୀ ମାନଙ୍କର କିଚିରି ମିଚିରି ଶବ୍ଦ ଶୁଣିବାକୁ ମିଳୁନଥିବା ବେଳେ ଅନେକ ସ୍ଥାନରେ ପାରା ଓ କାଉ ମାନେ ମରି ପଡି ଥିବାର ଦୃଶ୍ୟ ଆଜିର ସ୍ଥିତିକୁ ଦୋହଲାଇ ଦେଇଛି।
48 ଘଣ୍ଟା ସଟ ଡାଉନ ଫଳରେ ଖାଇବାକୁ ନ ପାଇ ଡହଳ ବିକଳ ହୋଇଛନ୍ତି । ଦୁଃଖର କଥା ହେଲା ଲକ ଡାଉନ ଫଳରେ ରାସ୍ତା କଡରେ ରହୁଥିବା ଶ୍ରମିକ ଏବଂ ଯାଯାବରମାନଙ୍କୁ ଅନେକ ସାମାଜିକ ସଂଗଠନ ଏବଂ ପୋଲିସ ପ୍ରଶାସନ ଖାଇବାକୁ ଦେଉଥିଲେ। କିନ୍ତୁ ସଟ ଡାଉନ ଫଳରେ କେହି କୁଆଡେ ବାହାରି ପାରୁନାହାନ୍ତି। ପୋଲିସ ଯାହା ଖାଦ୍ୟ ବାଣ୍ଟୁଥିଲା 48 ଘଣ୍ଟା ସଟ ଡାଉନ ଫଳରେ ସେମାନଙ୍କ ଡିଉଟି ବଢି ଯାଇଛି। ସେମାନେ ଆଉ ଖାଦ୍ୟ ବାଣ୍ଟି ପାରୁ ନାହାନ୍ତି। ବଡ କଥା ହେଲା ରସୁଲଗଡ଼ ଓଭରବ୍ରିଜ ତଳ,ବାଣୀବିହାର ଓଭରବ୍ରିଜ ତଳ, ରାମ ମନ୍ଦିର, ବରମୁଣ୍ଡା, ଏବଂ ଖଣ୍ଡଗିରି ବସ ଷ୍ଟାଣ୍ଡରେ ଅନେକ ବୁଲା ବିକାଳୀ ଏବଂ ଯାଯାବର ରହୁଛନ୍ତି। ସେମାନେ ଦୁଇ ଦିନ ହେବ ଖାଇବାକୁ ପାଉନାହାନ୍ତି। ଶନିବାର ସେମାନେ ରାସ୍ତା କଡ଼ରେ ଖାଦ୍ୟ ଅପେକ୍ଷାରେ ରହିଛନ୍ତି। ହେଲେ ଜଣେ ହେଲେ ଖାଦ୍ୟ ଦେବାକୁ ଆସିନଥିଲେ। ସେମାନେ ସଟ ଡାଉନ ବିଷୟରେ ଜାଣି ନାହାଁନ୍ତି। ଏପରିକି ସେମାନ ନିକଟରେ ଗଣମାଧ୍ୟମ ଗାଡି ଲାଗିଲେ ସେମାନେ ଗାଡି ପାଖକୁ ଦୌଡୁଛନ୍ତି। ଗାଡି ଚାରି ପଟେ ଘେରି ପଡି ଖାଇବାକୁ ଆକୁଳ ନିବେଦନ କରିଛନ୍ତି। ଖାଇବାକି ନ ପାଇ ସେମାନେ ପୁଣି ଆଉ ଏକ ଗାଡି ଅପେକ୍ଷାରେ ରହୁଛନ୍ତି। ସେହିଭଳି ଖଣ୍ଡଗିରି ପାହାଡ଼ ନିକଟରେ ଯଦି କାହାର ଗାଡି ଲାଗୁଛି ମାଙ୍କଡ଼ମାନେ ଖାଇବାକୁ ଦୌଦି ଆସୁଛନ୍ତି। କେବଳ ମାଙ୍କଡ଼ ନୁହେଁ କୁକୁର,ପାରା ଏବଂ ଅନ୍ୟ ପକ୍ଷୀମାନେ ଖାଇବାକୁ ପାଉନାହାନ୍ତି। ଏଭଳି କ୍ଷେତ୍ରରେ ସେମାନେ ଆଉ 24 ଘଣ୍ଟା କିଭଳି ରହିବେ ତାହାକୁ ନେଇ ଚିନ୍ତା ବଢି ଯାଇଛି।

Share