ରାଜଧାନୀରେ ବେଆଇନ ମଣ୍ଡପ ସିଲ୍‌ ପ୍ରକ୍ରିୟା ଜାରି

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜଧାନୀରେ ବେଆଇନ ମଣ୍ଡପ ସିଲ ପ୍ରକ୍ରିୟା ଦ୍ୱିତୀୟ ଦିନରେ ପହଞ୍ଚିଛି। ମଙ୍ଗଳବାର ପ୍ରଥମେ ଏକାମ୍ର କଲେଜ ପାଖରେ ଥିବା ଗୋଖି ବାବା କଲ୍ୟାଣ ମଣ୍ଡପକୁ ସିଲ କରିଛନ୍ତି ବିଏମ୍‌ସି ଓ ବିଡିଏର ମିଳିତ ସ୍କ୍ବାଡ। ବେଆଇନ କଲ୍ୟାଣ ମଣ୍ଡପରେ ପହଞ୍ଚିବା ପରେ ଏହାକୁ ଯାଞ୍ଚ କରିବା ସହ ସିଲ କରାଯାଇଛି। ଭୁବନେଶ୍ୱରର ୩ଟି ଜୋନରେ୯୦ରୁ ଊର୍ଦ୍ଧ୍ୱ ମଣ୍ଡପ ଚିହ୍ନଟ ହୋଇଛି । ପ୍ଲାନ ଅନୁମୋଦନ, ହୋଲ୍ଡିଂ ଟ୍ୟାକ୍ସ, ଟ୍ରେଡ ଲାଇସେନ୍ସ ନ ଥିବା ମଣ୍ଡପଗୁଡିକୁ ସିଲ୍‌ କରାଯାଇଛି। କଲ୍ୟାଣ ମଣ୍ଡପ ସିଲ ନେଇ ଗତ ଜାନୁଆରୀ ୩୧ ଡେଡ୍‌ଲାଇନ ଦିଆଯାଇଥିଲା। ଆଇନ ଉଲ୍ଲଂଘନ ହୋଇଥିଲେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବିଏମ୍‌ସି ଓ ବିଡିଏର ମିଳିତ ସ୍କ୍ବାଡ ସେହି ସବୁ ମଣ୍ଡପକୁ ସିଲ କରିବେ୍‌। ପ୍ରଥମ ଦିନରେ ୮ଟି ମଣ୍ଡପ ସିଲ କରାଯାଇଥିଲା।

Share