ରାଜଧାନୀରେ ଭାରତ ବନ୍ଦର ଆଶିଂକ ପ୍ରଭାବ: ହନ୍ତସନ୍ତ ହେଲେ ଯାତ୍ରୀ

ଭୁବନେଶ୍ୱର,୮।୧(ବ୍ୟୁରୋ): ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଦେଇଥିବା ଭାରତୀୟ ବନ୍ଦ ଡାକରା ବୁଧବାର ଆଶିଂକ ଭାବେ ସଫଳ ହୋଇଛି। ରାଜଧାନୀରେ ସକାଳେ ଗାଡ଼ି ଚଳାଚଳ ଦେଖିବାକୁ ମିଳି ନ ଥିବା ବେଳେ ମଧ୍ୟାହ୍ନ ୧୨ଟା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି। ସିପିଆଇ ଓ ଅନ୍ୟ ଟ୍ରେଡ୍‌ ୟୁନିୟନ ମିଶି ରାଜଧାନୀର ପ୍ରମୁଖ ଛକ ମାଷ୍ଟରକ୍ୟାଣ୍ଟିନ, ରାଜମହଲ, ଜୟଦେବବିହାର, ରେଳ ଷ୍ଟେଶନ, ରସୁଲଗଡ଼ ଆଦି ସ୍ଥାନରେ ବିକ୍ଷୋଭକାରୀମାନେ ପିକେଟିଂ ଓ ବ୍ୟାନର ଧରି ରାସ୍ତାରୋକୋ କରିଥିଲେ। ଯାଉଥିବା ବାଇକ୍‌ ଏବଂ ଚାରି ଚକିଆ ଯାନକୁ ଆଗକୁ ଯିବାକୁ ଦେଇ ନ ଥିଲେ। ଅନେକ ସ୍ଥାନରେ ଗାଡ଼ି ଚାଳକ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ପୋଲିସ ଉପସ୍ଥିତି ଯୋଗୁ କିଛି ଅଘଟଣକୁ ଏଡ଼ାଇ ଦିଆଯାଇଛି।

ସକାଳ ୮ଟା ଟ୍ରେଡ୍‌ ୟୁନିୟନର ବିକ୍ଷୋଭକାରୀମାନେ ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେଶନ ଯାଇ ଟ୍ରେନ୍‌ ରୋକିଥିଲେ। ଫଳରେ ଅନେକ ଟ୍ରେନ୍‌ ଷ୍ଟେଶନରେ ଅଟକି ରହିିଥିଲା। ପୋଲିସ ଆନ୍ଦୋଳନକାରୀଙ୍କୁ ହଟାଇବା ପରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିବା କଂଗ୍ରେସ କର୍ମୀମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ପିକେଟିଂ ଓ ବ୍ୟାନର ଧରି ଲୋକମାନଙ୍କୁ ସହଯୋଗ କରିବାକୁ ବୁଝାଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଏବଂ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସହ ଛାତ୍ର କଂଗ୍ରେସ କର୍ମୀମାନେ ଉପସ୍ଥିତ ରହି ଆନ୍ଦୋଳନ ଜାରି ରଖିଥିଲେ। ଶେଷରେ ମଧ୍ୟାହ୍ନ ୧୨ଟାରେ ରାଜମହଲରୁ ଏକ ବିଶାଳ ରାଲି ସଚିବାଳୟ ପର୍ଯ୍ୟନ୍ତ ଯାଇଥିଲା। ହେଲେ ଆଇନଶୃଙ୍ଖଳା ନିୟନ୍ତ୍ରଣ ଦୃଷ୍ଟିରୁ ସେମାନଙ୍କ ମଧ୍ୟରୁ ୨ଶହ କର୍ମୀଙ୍କୁ ପୋଲିସ ଗିରଫ କରି ନେଇଥିଲା।

ବନ୍ଦ ଯୋଗୁ ବିମାନଯାତ୍ରୀମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପର୍ଯ୍ୟଟକମାନେ ନିଜର ଟିକେଟ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି। ଏପରିକି ବିମାନବନ୍ଦରରେ ବହୁ ସମୟ ଅପେକ୍ଷା କରି ରହିଥିଲେ। ବନ୍ଦ ଯୋଗୁ ଅନେକ ଯୁବକ ଚଢ଼ାଦରରେ ବାଇକ୍‌ରେ ଯାତ୍ରୀମାନଙ୍କୁ ବିମାନବନ୍ଦରକୁ ନେଉଥିବା ଦେଖାଯାଇଥିଲା। ବଡ଼ ବଡ଼ ଶପିଂ ମଲକୁ ଛାଡ଼ିଦେଲେ ଛୋଟ ଦୋକାନ, ବଜାର ଆଦି ଖୋଲା ରହିଛି। ବସ୍‌ଷ୍ଟାଣ୍ଡରେ ବସ୍‌ ଚଳାଚଳ ହେଉନ ଥିବାରୁ ଯାତ୍ରୀମାନେ ହଇରାଣ ହୋଇଛନ୍ତି। ଏହାକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାରତ ବନ୍ଦ ଆଶିଂକ ସଫଳ ହୋଇଥିବା ବେଳେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଆକ୍ସନ: ମାଟିରେ ମିଶିଲା ଆଉ ଜଣେ ଆତଙ୍କବାଦୀଙ୍କ ଘର

ଶ୍ରୀନଗର,୨୬।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସୁରକ୍ଷା ବାହିନୀର ଅପରେଶନ ଜାରି ରହିଛି। ପୁଲୱାମାରେ ସକ୍ରିୟ ଆତଙ୍କବାଦୀଙ୍କ ଘର ସୁରକ୍ଷା ବାହିନୀ ଦ୍ୱାରା...

ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା: ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଜମ୍ମୁ କଶ୍ମୀରର ପହଲଗାମଠାରେ ଆତଙ୍କବାଦୀମାନେ ଅତି ନିର୍ମମ ଭାବେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏବେବି ଅନେକ ଆହତ ସେନା ହସ୍ପିଟାଲରେ...

ଭୁବନେଶ୍ୱରରେ ପାକିସ୍ତାନୀ ମହିଳା, ୨୦୦୮ରୁ ରହିଆସୁଥିବା କମିଶନରେଟ୍‌ ପୋଲିସର ସୂଚନା

ଭୁବନେଶ୍ୱର,୨୬ା୪: ରାଜଧାନୀ ଭୁବନେଶ୍ୱରରେ ଜଣେ ପାକିସ୍ତାନୀ ମହିଳା ରହିଥିବା ସୂଚନା ମିଳିଛି। ଦୀର୍ଘମିଆଦୀ ଭିଜାରେ ୨୦୦୮ରୁ ସେ ଭୁବନେଶ୍ବରରେ ରହିଆସୁଛନ୍ତି। ତୁରନ୍ତ ପାକିସ୍ତାନ ଫେରିଯିବାକୁ କମିଶନରେଟ...

ଏଇ ଭାରତରେ

ମହାରାଷ୍ଟ୍ରର ଏକ ଛୋଟ ଗାଁ ମାନ୍ୟାଚିଓ୍ବାଡ଼ି। ଏହାର ଲୋକସଂଖ୍ୟା ୪୨୦। ଏହି ଗାଁ ଏବେ ସମ୍ପୂର୍ଣ୍ଣ ସୌରଶକ୍ତିର ଗାଁ ହୋଇଯାଇଛି। ମାନ୍ୟାଚିଓ୍ବାଡ଼ିରେ ସ୍ବୟଂ ସହାୟିକା ଗୋଷ୍ଠୀ...

ମେଦବହୁଳତା ଚିକିତ୍ସାରେ ବୈଜ୍ଞାନିକ ପଦ୍ଧତି

ନ୍ୟାଶନାଲ ଫାମିଲି ହେଲ୍‌ଥ ସର୍ଭେ-୫ (୨୦୨୨) ଅନୁଯାୟୀ, ବର୍ତ୍ତମାନ ଭାରତରେ ୨୩% ନାରୀ ଓ ୨୨.୧% ପୁରୁଷ ବିଏମ୍‌ଆଇ ଅନୁଯାୟୀ ଅଧିକ ଓଜନ ବିଶିଷ୍ଟ। ପେଟର...

କଳା-ଗୋରା କାହାଣୀ

ଗତ ନବେ ଦଶକରେ ମୋର ବିବାହ ପାଇଁ କନ୍ୟା ଖୋଜା ହେଉଥିବା ବେଳେ ମୋ ବୋଉର ଗୋଟିଏ ମାତ୍ର ସର୍ତ୍ତ ଥିଲା ଯେ, ବୋହୂଟି ଗୋରୀ...

Dillip Cherian

ସ୍ବଚ୍ଛତା ନାହିଁ

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ କାର୍ଯ୍ୟରତ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୋନିଆ ନାରଙ୍ଗ ଓ ଅଭିଷେକ ଗୋଏଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏମାନେ ସେଣ୍ଟ୍ରାଲ ଡେପୁଟେଶନରେ...

Pahalgam Terror Attack: LoCରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ମୁହଁତୋଡ ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୬।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ଯୋଗୁ ସମଗ୍ର ଦେଶରେ କ୍ରୋଧର ପରିବେଶ ରହିଛି। ଏହି ଘଟଣା ପରଠାରୁ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖା ଉପରେ ଗୁଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image