ରାଜଧାନୀରେ ରାଜମିସ୍ତ୍ରୀଙ୍କୁ କାଠଫାଳିଆରେ ପିଟି ହତ୍ୟା: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ରାଜଧାନୀର ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ ପଛପଟ ବସ୍ତିରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ରାଜମିସ୍ତ୍ରୀ ରାହାସ ବେହେରା। ପୋଲିସ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ସନାତନ ମୁଣ୍ଡାଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ଗୁରୁବାର ରାତିରେ ସନାତନ ତାଙ୍କର ଶଢ଼ୁ ଘରକୁ ଆସିଥିବା ବେଳେ ରାହାସଙ୍କ ସହ ମିଶି ହାଣ୍ଡିଆ ପିଇଥିଲେ। ପରେ ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସନାତନ ରାହାସଙ୍କୁ ଏକ କାଠଫାଳିଆରେ ପିଟିପିଟି ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଏନେଇ ଚନ୍ଦ୍ରଶେଖରପୁର ଥାନାଧିକାରୀ ବିଶ୍ୱରଞ୍ଜନ ନାୟକ ସୂଚନା ଦେଇଛନ୍ତି।

Share