Categories: ଜାତୀୟ

ରାଜଧାନୀରେ ଲୋକେ ଅଣନିଃଶ୍ୱାସୀ

ନୂଆଦିଲ୍ଲୀ,୧୭।୧୦: ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ପ୍ରଦୂଷିତ ହେବାରେ ଲାଗିଛି। ଏବେଠାରୁ ଲୋକେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଭୋଗୁଥିବା ଅଭିଯୋଗ ଆସିଲାଣି। ଆଗକୁ ଏହା ଆହୁରି ବଢିବ ବୋଲି କୁହାଯାଇଛି। ସେଥିପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆସନ୍ତା ମାସରେ ଅଡ୍‌ ଇଭିନ ନମ୍ବରର ଗାଡି ଚଳାଇବା ଯୋଜନା କରାଯାଇଛି। ଏହାସହ ବିନା ବାଣରେ ଏଥର ଦୀପାବଳି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ପଡୋଶୀ ଅଞ୍ଚଳରେ ଥିବା ଚାଷୀମାନେ ନଡ଼ା ପୋଡିବାରୁ ଦିଲ୍ଲୀର ବାୟୁମଣ୍ଡଳ ବେଶି ପ୍ରଦୂଷିତ ହେଉଥିବା ଅଭିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ନଡ଼ା ନ ପୋଡିବାକୁ ଅନୁରୋଧ କରାଯାଇଥିବା ବେଳେ ଚାଷୀମାନେ କିଛି ଉପାୟ ନ ପାଇ ନଡ଼ା ଗୁଡିକୁ ପୋଡି ଦେଉଥିବା କହିଛନ୍ତି।

Share