ରାଜଧାନୀରେ ଶତାଧିକ ଗାଡ଼ି ଧରାପଡ଼ିଲା

ଭୁବନେଶ୍ୱର, ୨୬ା୩(ବ୍ୟୁରୋ): ଲକ୍‌ଡାଉନ୍‌କୁ ନ ମାନି ରାଜଧାନୀ ରାସ୍ତାରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଧରିଛି କମିଶନରେଟ ପୋଲିସ। ଶତାଧିକ ଗାଡ଼ି ଧରାଯାଇଥିବାବେଳେ କେତେକ ମାଲିକ ଓ ଚାଳକ ଜରିମାନା ଦେଇ ଗାଡ଼ି ନେଇଛନ୍ତି। କ୍ୟାପିଟାଲ ଥାନାଞ୍ଚଳରେ ୧୫ଟି ବାଇକ ଜବତ କରାଯାଇଥିବାବେଳେ ଖାରବେଳନଗର ଥାନା ଅଞ୍ଚଳରେ ୩ କାର ଓ ୫ ବାଇକ, ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ ୧୩ ବାଇକ, ଇନ୍‌ଫୋସିଟି ଥାନାଞ୍ଚଳରେ ୨୩ ବାଇକ, ମଞ୍ଚେଶ୍ୱର ଥାନ ଅଞ୍ଚଳରେ ୨୬ ଓ ଲକ୍ଷ୍ମୀସାଗର ଥାନା ପକ୍ଷରୁ ୧୫ ବାଇକ ଜବତ କରାଯାଇଥିଲା। କେତେକ ଥାନାରେ ଉଲଂଘନକାରୀଙ୍କ ନାମରେ ମାମଲା ରୁଜୁ ହୋଇଛି।

Share