Categories: ମେଟ୍ରୋ

ରାଜଧାନୀରେ ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୦ା୪(ବ୍ୟୁରୋ)- ରାଜଧାନୀରେ ଲଜ୍ଜା। ବଳାତ୍କାରର ଶିକାର ହୋଇଛନ୍ତି ଜଣେ ୬ ବର୍ଷର ଶିଶୁ କନ୍ୟା। ଶହୀଦନଗର ଥାନାଞ୍ଚଳରେ ଘଟିଛି ଏହି ସ୍ପର୍ଶକାତର ଘଟଣା। ପୀଡିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବୀରେନ୍ଦ୍ର ପ୍ରଧାନ(୪୧)। ପୋଲିସ କେସ୍‌ ନଂ.୧୮୪/୧୯, ଦଫା ୩୭୬(ଏବି) ଓ ପୋକ୍‌ସୋ ଆକ୍ଟ ଲଗାଇ ଅଭିଯୁକ୍ତ ବୀରେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରିଛି। ଏଥିସହ ଡାକ୍ତରୀମାଇନା ପରେ ପୀଡିତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ବୀରେନ୍ଦ୍ର ପଥରବନ୍ଧ ବସ୍ତିରେ ରହି ମଜୁରିଆ ଭାବେ କାମ କରନ୍ତି।  ଶିଶୁକନ୍ୟାଙ୍କ ପରିବାର ଲୋକେ ସ୍ଥାନୀୟ ଅଞ୍ଚଳରେ ରୁହନ୍ତି। ଶୁକ୍ରବାର ରାତିରେ ବୀରେନ୍ଦ୍ର ଶିଶୁକନ୍ୟାଙ୍କ ଘରକୁ ଯାଇଥିଲେ। ସେତେବେଳେ ଶିଶୁକନ୍ୟା ଘରେ ଏକୁଟିଆ ଥିବା ଦେଖି କବାଟ ବନ୍ଦ କରି ବଳାତ୍କାର କରିଥିଲେ। ଶିଶୁଟି ଚିତ୍କାର କରିବାରୁ ସେ ପାଟିରେ ହାତଦେଇ ଅମାନୁଷିକ କାଣ୍ଡ ଘଟାଇଥିଲେ। ପରେ ପାଟି ବନ୍ଦ କରି ଚୁପ୍‌ ରହ। କାହାକୁ କହିଲେ ମାରିଦେବାକୁ ଧମକ ଦେଇ ପଳାଇଥିଲେ।  ପରିବାର ଲୋକେ ଘରେ ପହଞ୍ଚତ୍ବା ପରେ ପୀଡିତା ଶିଶୁକନ୍ୟା କାନ୍ଦି କାନ୍ଦି ସବୁ ଘଟଣା ଜଣାଇଥିଲେ।  ଶନିବାର ସକାଳୁ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Share