ରାଜଧାନୀରେ ୧୯ ଦିନର ଶିଶୁକୁ ୧୦ହଜାର ଟଙ୍କାରେ ବିକ୍ରି ଅଭିଯୋଗ, ପୋଲିସର ତନାଘନା

ଭୁବନେଶ୍ୱର,୨୭।୨(ବ୍ୟୁରୋ): ଖଣ୍ଡଗିରି ଥାନା ଭରତପୁରରେ ଜଣେ ଶିଶୁକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଅଭାବ ଅନଟନରୁ ଶ୍ରମିକ ଶ୍ରେଣୀୟ ଦମ୍ପତି ତାଙ୍କର ୧୯ ଦିନର ଶିଶୁପୁତ୍ରକୁ ଦଶ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏ ନେଇ ସିଡବ୍ଲୁସିଠାରୁ ଖବର ପାଇ ଖଣ୍ଡଗିରି ଥାନା ପୋଲିସ ତନାଘନା ଆରମ୍ଭ କରିଛି। ମଧ୍ୟସ୍ଥଙ୍କ ସହ ଶିଶୁର ମା’ବାପାଙ୍କୁ ଥାନାକୁ ଅଣାଯାଇ ପଚରାଉଚରା କରାଯାଉଛି। ଖବର ଲେଖାଯିବା ସୁଦ୍ଧା ଶିଶୁକୁ ଉଦ୍ଧାର କରାଯାଇପାରିନାହିଁ।

Share