ରାଜଧାନୀର ରୋହିଣୀ ଜେଲରେ ପହଞ୍ଚିଲା କରୋନା

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବଢିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ଥିବା ରୋହିଣୀ ଜେଲର ଜଣେ କଏଦୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଉକ୍ତ କଏଦୀଙ୍କର ଆନ୍ତ୍ରିକ ସମସ୍ୟା ଥିବାରୁ ତାଙ୍କୁ ମେ’ ୧୦ରେ ଡିଡିୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଅପରେଶନ କରାଯାଇଥିଲା। ଏହାପରେ ଗୁରୁବାର ତାଙ୍କ କରୋନା ଟେଷ୍ଟ ରିପୋର୍ଟ ଆସିବା ପରେ ସେ ସଂକ୍ରମିତ ଥିବା ଜଣାପଡିଛି। ଏହାପରେ ୨୦ କଏଦୀ ଓ ୫ ଜେଲ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭,୯୯୮ରେ ପହଞ୍ଚିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।

Share