ରାଜଧାନୀ ଏକ୍ସପ୍ରେସର ସମୟ ପରିବର୍ତ୍ତନ

ଭୁବନେଶ୍ୱର, ୭।୧(ବ୍ୟୁରୋ): ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହେଉଛି। ପୂର୍ବ ଭାରତରେ ବି ଏହାର ପ୍ରଭାବ ପଡ଼ିଛି। ଏଥିପାଇଁ ସୋମବାର ୧୮୪୭୭ ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସର ସମୟ ପରିବର୍ତ୍ତନ କରାଯାଇଥିଲା। ଏହି ଟ୍ରେନ୍‌ ପୁରୀଠାରୁ ରାତି ୮ଟା ୫୦ ପରିବର୍ତ୍ତେ ରାତି ୧୧ଟାରେ ଛାଡ଼ିଥିଲା। ସେହିପରି ମଙ୍ଗଳବାର ୨୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ର ସମୟସୂଚୀ ପରିବର୍ତ୍ତନ କରାଯାଇଛି। ରାଜଧାନୀ ଭୁବନେଶ୍ୱରରୁ ସକାଳ ୯ଟା ୩୦ ପରିବର୍ତ୍ତେ ଅପରାହ୍ନ ୪ଟା ୩୦ରେ ଛାଡ଼ିବ। ଘନ କୁହୁଡ଼ି ଯୋଗୁ ସଂଯୋଗକାରୀ ଟ୍ରେନଗୁଡ଼ିକ ବିଳମ୍ବରେ ପହଞ୍ଚୁଥିବାରୁ ସମୟସୂଚୀରେ ଏପରି ପରିବର୍ତ୍ତନ କରାଯାଉଛି ବୋଲି ରେଳପଥ
ପକ୍ଷରୁ କୁହାଯାଇଛି।

Share