ରାଜଧାନୀ ରାଜରାସ୍ତାରେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ବିଧା, ଗୋଇଠା ମାରିଲେ ଏକାଧିକ ଯୁବକ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ମହିଳା ଅସୁରକ୍ଷିତ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ରାଜରାସ୍ତାରେ। ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳରେ ବୁଧବାର ସବିତା ସେଠୀ ନାମ୍ନୀ ମହିଳାଙ୍କୁ ଏକାଧିକ ଯୁବକ ଗୋଡାଇ ଗୋଡାଇ ପିଟୁଛନ୍ତି। ଏହି ଦୃଶ୍ୟ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସବିତା ରାସ୍ତାରେ ଯାଉଥିବା ବେଳେ କେତେଜଣ ଯୁବକ ତାଙ୍କୁ ଅଟକାଇ ପ୍ରଥମେ ଠେଲାପେଲା କରିବା ସହ ମାଡ଼ ମାରିଥିଲେ। ଜଣେ ଯୁବକ ତାଙ୍କୁ ଗୋଡାଇ ଗୋଡାଇ ଗୋଇଠା ସହ ବିଧା ମାରିଥିଲେ। ସିସିଟିଭି ଫୁଟେଜରେ କଏଦ ହୋଇଥିବା ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏ ନେଇ ବୁଧବାର ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଛି।

Share