ରାଜଧାନୀ ରାସ୍ତା ମରଣଯନ୍ତା: ଓଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ)
ରାଜଧାନୀର ଅନେକ ରାସ୍ତା ଏବେ ମରଣାଯନ୍ତା ପାଲଟିଛି। ସାମାନ୍ୟ ବର୍ଷା ହେଲେ ଆବର୍ଜନା ପାଣି ଜମି ରହୁଛି। ସେହିଭଳି ରାସ୍ତା ପାର୍ଶ୍ୱରେ ବେଆଇ ପାର୍କିଂ ହେଉଥିବାରୁ ସହରବାସୀ ହଟହଟା ହେବା ସହ ଦୁର୍ଘଟଣାର ଶିକାର ହେଉଛନ୍ତି। ଏ ନେଇ ଆଇନଜୀବୀ ବିଶ୍ୱପ୍ରିୟ କାନୁନ୍‌ ଗୋ,ବିଜୟ କୁମାର ପଣ୍ଡା ଓ ସୁଭାଶିଷ ପଣ୍ଡା ରାଜ୍ୟ ମାନବିକ ଅଧିକାର କମିଶନ(ଓଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପିଟିଶନରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ରାସ୍ତାଗୁଡିକର ଅବସ୍ଥା ଅନୁଧ୍ୟାନ ପାଇଁ ପୂର୍ତ୍ତ ବିଭାଗ, ମହାନଗର ନିଗମ କର୍ତ୍ତୃପକ୍ଷ, ପୋଲିସ ପ୍ରଶାସନକୁ ନେଇ ଏକ କମିଟି ଗଠନ କରାଯାଉ। ଉକ୍ତ କମିଟି ଆବଶ୍ୟକ ରାସ୍ତା ମରାମତି ପାଇଁ ନିୟମିତ ବ୍ୟବଧାନରେ ପଦେକ୍ଷପ ନେଉ। ସେହିଭଳି ରାଜଧାନୀରେ ଥିବା ମଲ, ହସ୍ପିଟାଲ, ନର୍ସିଂହୋମ୍‌ ନିକଟ ରାସ୍ତା ପାର୍ଶ୍ୱରେ ହେଉଥିବା ବେଆଇନ ପାର୍କିଂ ଜନିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେବାକୁ କମିଶନଙ୍କୁ ସେମାନେ ନିବେଦନ କରିଛନ୍ତି।

Share