ରାଜନଗର, ୧୬।୩(ଡି.ଏନ୍.ଏ.): ଓଡ଼ିଶାରେ ପ୍ରଥମ କରୋନା ପଜିଟିଭି ଚିହ୍ନଟ ହେବା ପରେ ଆତଙ୍କ ଖେଳିଯାଇଛି। କେନ୍ଦ୍ରାପଡ଼ା ଜିଲା ରାଜନଗରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଦେଶ ଫେରନ୍ତା ୩ ଯୁବକଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିରୀକ୍ଷଣ ଲାଗି ରଖାଯାଇଛି। ସେମାନେ ହେଲେ ସତ୍ୟପ୍ରିୟ ଦାସ, ନାମ କୁମାର ରାଉତ ଓ ସନ୍ତୋଷ କୁମାର ସେଠୀ। ଏମାନଙ୍କୁ ଗାଁରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ଚିକିତ୍ସାଧିକାରୀ ରଶ୍ମିରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ରାଜନଗର ବ୍ଲକ କଣ୍ଡିରା ଗ୍ରାମର ସତ୍ୟପ୍ରିୟ ମାର୍ଚ୍ଚ ୩ ତାରିଖରେ କୁଏତରୁ ଘରକୁ ଫେରିଥିବା ବେଳେ ଏହି ବ୍ଲକ ହାତିନା ଗ୍ରାମର ଅନାମ କାତାରରୁ ମାର୍ଚ୍ଚ ୪ରେ ଗାଁକୁ ଫେରିଥିଲେ। ସେହିପରି ନାଥପୁର ଗ୍ରାମର ସନ୍ତୋଷ ୪ତାରିଖରେ ଦୁବାଇରୁ ଆସିଥିଲେ।