ରାଜନଗରରେ ଧ୍ରୁବ ଆଗୁଆ

ରାଜନଗର, ୨୩।୫ (ଡି.ଏନ୍‌.ଏ.)- ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁ ୬,୧୬୩ ଭୋଟରେ ଆଗରେ ଅଛନ୍ତି। କଂଗ୍ରେସ ପ୍ରାର୍ଥୀ ଅଂଶୁମାନ ମହାନ୍ତି ୧୪,୫୮୬ ଭୋଟ ପାଇଥିବା ବେଳେ ଧ୍ରୁବ ୨୦, ୭୪୯ ଭୋଟ ପାଇଛନ୍ତି। ଭାଜପା ପ୍ରାର୍ଥୀ ମାତ୍ର ୫,୨୮୧ ଭୋଟ ପାଇଛନ୍ତି।