ରାଜନଗରରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ସେଣ୍ଟର ନିର୍ମିତ

ରାଜନଗର,୧୩।୪(ଡି.ଏନ୍‌.ଏ.): ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କରୋନା ସଂକ୍ରମଣରେ କେହି ଆକ୍ରାନ୍ତ ହେଲେ ସେମାନଙ୍କୁ କୋଭିଡ-୧୯ ଆଇସୋଲେଶନ ସେଣ୍ଟରରେ ରଖାଯାଉଛି। ଏ ନେଇ କେନ୍ଦ୍ରାପଡ଼ା ଜିଲାପାଳ ସମର୍ଥ ବର୍ମାଙ୍କ ଉଦ୍ୟମରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ସେଣ୍ଟର ନିର୍ମାଣ କରାଯାଇଛି। ରାଜନଗରସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ଏହି ସେଣ୍ଟର ନିର୍ମାଣ କରାଯାଇଛି।

Share