Advertisement

ରାଜନଗର,୨୧।୩(ଡି.ଏନ୍‌.ଏ.): କରୋନା ଭୟରେ ଆତଙ୍କିତ ସାରା ପୃଥିବୀ। ଏ ନେଇ ରାଜ୍ୟ ସରକାର ଅନେକ ପ୍ରତିକାରାତ୍ମକ ପଦକ୍ଷେପମାନ ନେବାରେ ଲାଗିଛନ୍ତି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲା ରାଜନଗର  ବ୍ଲକର ୩୭ ପ୍ରବାସୀ ଏବେ ଆଇସୋଲେଶନରେ ଅଛନ୍ତି। ୧୪ ଜଣ ନାଗରିକ ଗତ ୪ ତାରିଖରେ ଦୁବାଇ, କାତାର, ସୌଦିଆରବ ପ୍ରଭୃତି ଦେଶରୁ ଆସିଥିଲେ। ସେମାନଙ୍କ ନାମ ପଞ୍ଜୀକୃତ କରାଯାଇଥିବା ବେଳେ ଏବେ ସେମାନେ ସ୍ବାସ୍ଥ୍ୟ ବିଭାଗ ନିରୀକ୍ଷଣରେ ରହିଛନ୍ତି। ସେହିପରି ରାଜ୍ୟ ବାହାରୁ ଆସିଥିବା ୨୩ ଜଣଙ୍କୁ ମଧ୍ୟ ନିରୀକ୍ଷଣରେ ରଖାଯାଇଥିବା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡା. ରଶ୍ମିରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share