Categories: ରାଜ୍ୟ

ରାଜନଗର ବନ୍ଦ ସଫଳ

ରାଜନଗର,୨୧।୬(ଡି.ଏନ୍‌.ଏ.): ରାଜନଗର ବ୍ଲକ ବିଜୁ ଜନତା ଦଳ, ବୃଦ୍ଧିଜୀବୀ, ଯୁବଛାତ୍ରଙ୍କ ଆହ୍ବାନ କ୍ରମେ ଶୁକ୍ରବାର ୬ ଘଣ୍ଟିଆ ରାଜନଗର ବନ୍ଦ କରାଯାଇଛି। ସକାଳ ୬ଟାରୁ ୧୨ ଯାଏ ଏଠାରୁ ଭୁବନେଶ୍ୱର, କଟକ ଆଦି ସ୍ଥାନକୁ ଯାତ୍ରା କରୁଥିବା ୨୦ଟି ବସ୍‌ର ଚଳାଚଳ ବନ୍ଦ ରହିଛି। ସେହିଭଳି ରାଜନଗର ବ୍ଲକର ସବୁ ଦୋକାନ ବଜାର ବନ୍ଦ ରହିଛି। ଝିପି ଝିପି ବର୍ଷା ସତ୍ତ୍ୱେ ବନ୍ଦ ସଫଳ ହୋଇଛି।

ସୂଚନାଯୋଗ୍ୟ, ବୁଧବାର କେହି ଦୁର୍ବୃତ୍ତ ହଂସୁଆ ନଦୀ ତଟବର୍ତ୍ତୀ ବିଜୁ ସ୍ମୃତି ସଂସଦରେ ୨୦୧୨ରୁ ସ୍ଥାପିତ ବିଜୁବାବୁଙ୍କ ପୂର୍ଣ୍ଣଙ୍ଗ ମୂର୍ତ୍ତିରୁ ମୁଣ୍ଡ କାଟି ନେଇଥିଲେ। ଏହାକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଛି।

Share