Categories: ଜାତୀୟ

ରାଜନାଥଙ୍କ ଗାଡ଼ି ସାମ୍ନାକୁ ଆସି ମୋଦିଙ୍କୁ ଭେଟିବାକୁ କହିଲେ ଯୁବକ

ନୂଆଦିଲ୍ଲୀ,୩।୧୨: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସୁରକ୍ଷାରେ ଅବହେଳା ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ସଂସଦ ଭବନ ବାହାରେ ରାଜନାଥଙ୍କ ଗାଡ଼ି ସମ୍ମୁଖକୁ ହଠାତ୍‌ ଆସି ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖା କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ଏହାପରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଉକ୍ତ ଯୁବକଙ୍କୁ କାବୁ କରିନେଇ ପୋଲିସକୁ ହସ୍ତାନ୍ତର କରିଥିଲେ। ଉକ୍ତ ବ୍ୟକ୍ତି ୩୫ ବର୍ଷୀୟ ବିଶମ୍ବର ଦାଶ ଗୁପ୍ତା ବୋଲି ଜଣାପଡ଼ିଛି। ତେବେ ତାଙ୍କ ମାନସିକ ଅବସ୍ଥା ଠିକ୍‌ ନ ଥିବାରୁ ସେ ଏଭଳି କରିଥିବା ପୋଲିସ କହିଛି। ଅନ୍ୟପଟେ ଏହି ଘଟଣା ଘଟିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ଉପସ୍ଥିତ ନ ଥିଲେ।

Share