ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କ ଖର୍ଚ୍ଚରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇ ସମସ୍ତଙ୍କ ହୃଦୟ ଜିତିଛନ୍ତି। ତେବେ ସୋନୁଙ୍କୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କୁହାଯାଉଛି ସେ କୁଆଡେ ଖୁବଶୀଘ୍ର ରାଜନୀତିରେ ଯୋଗଦେବେ। ଏହାକୁ ଖଣ୍ଡନ କରିଛନ୍ତି ସୋନୁ। ମୋର ରାଜନୀତୀକୁ ଆସିବାର କୌଣସି ଇଚ୍ଛା ନାହିଁ। ଜଣେ ଅଭିନେତା ଭାବେ ମୋ କାମରେ ମୁଁ ସନ୍ତୁଷ୍ଟ। ପ୍ରବାସୀ ଶ୍ରମିକଙ୍କ ପାଇଁ କିଛି କରିବାକୁ ଚାହୁଁଥିଲି ବୋଲି ସୋନୁ ସୁଦ କହିଛନ୍ତି। ସୂଚନାଯୋଗ୍ୟ, ଶିବସେନା ନେତା ସଞ୍ଜୟ ରାଓ୍ବତ ଅଭିନେତା ସୋନୁ ସୁଦଙ୍କୁ ଭାଜପାର ମୋହରା ବୋଲି କହିଥିଲେ। ଏହାକୁ ନେଇ ବିବାଦ ବଢିବାରୁ ଅନ୍ୟ ଦଳୀୟ ନେତା ସୋନୁଙ୍କୁ ପ୍ରଶଂସା କରଥିଲେ ଏହାର ଗୋଟିଏ ଦିନ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ତାଙ୍କ ବାସଭବନ ମାତୋଶ୍ରୀରେ ଭେଟିଥିଲେ ସୋନୁ ସୁଦ। ଏହାପରେ ସେ ରାଜନୀତିରେ ଯୋଗଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।