ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛୁକ ପ୍ରସଙ୍ଗରେ ଅକ୍ଷୟଙ୍କ ପ୍ରତିକ୍ରିୟା: ମୁଁ ଖୁସିରେ ରହିବାକୁ ଚାହେଁ

ବମ୍ବେ: ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର କରି ଚର୍ଚ୍ଚାର ପରିସରକୁ ଆସିଥିଲେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। କେହି କେହି ସେ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି କହିଆସୁଥିଲେ। ହେଲେ ସେ ରାଜନୀତିରେ କେବେ ବି ପ୍ରବେଶ କରିବାକୁ ଇଚ୍ଛା ରଖି ନାହାନ୍ତି। କାରଣ ସେ ଖୁସିରେ ରହିବାକୁ ଚାହାନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି।

ଅକ୍ଷୟଙ୍କ କହିବା କଥା ହେଲା ପ୍ରତ୍ୟେକ ମଣିଷ କୌଣସି ନା କୌଣସି କ୍ଷେତ୍ରରେ ଦେଶ ପାଇଁ କିଛି କରିବାକୁ ଇଚ୍ଛା ରଖିଥାଏ। ସେ ଫିଲ୍ମ ମାଧ୍ୟମରେ ଲୋକମାନଙ୍କୁ ଅନେକ କଥା କହିପାରନ୍ତି। ହେଲେ ପଲିଟିକ୍ସ ତାଙ୍କ କାମ ନୁହେଁ। ସେ ଫିଲ୍ମ କରି ଖୁସିରେ ଅଛନ୍ତି।

ସେହିଭଳି ରାଷ୍ଟ୍ରବାଦ ଉପରେ ମତ ରଖିଛନ୍ତି ଖିଲାଡ଼ି କିଙ୍ଗ୍‌। ସମସ୍ତେ କୁହନ୍ତି ସରକାର ଏଇଟା କରିନାହିଁ। ସରକାର ସେଇଟା କରିନାହିଁ। ହେଲେ ଯିଏ ବି ସରକାରରେ ଆସୁ, ତାଙ୍କୁ ସୁଯୋଗ ମିଳିବା ଦରକାର। ଅଧିନାୟକ ଯିଏ ବି ହେଉ, ସେ ଦେଖାଉଥିବା ପଥରେ ଚାଲିବା ଉଚିତ। ଦେଶ ତୁମକୁ କ’ଣ ଦେଇଛି ତାହା ନ ଭାବି ଦେଶକୁ ତୁମେ କ’ଣ ଦେଇଛି ତାହା ଭାବିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Share