Categories: ଜାତୀୟ

ରାଜନୀତିରେ ରାଜ୍‌ ଠାକ୍‌ରେଙ୍କ ପୁଅ

ମୁମ୍ବାଇ,୨୪ା୧: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ୍‌ ଠାକ୍‌ରେ ଗୁୁରୁବାର ଦଳର ନୂଆ ପତାକା ଅନାବରଣ କରିଛନ୍ତି। ଏହାସହ ତାଙ୍କ ପୁଅ ଅମିତ ଠାକ୍‌ରେ(୨୭) ରାଜନୀତିିରେ ପାଦ ଥାପିଛନ୍ତି। ଗୋରେଗାଓଁରେ ଶିବସେନା ପ୍ରତିଷ୍ଠାତା ବାଲାସାହେବ୍‌ ଠାକ୍‌ରେଙ୍କ ୯୪ତମ ଜନ୍ମବାର୍ଷିକୀରେ ଏମ୍‌ଏନ୍‌ଏସ୍‌ର ମହାଅଧିବେଶନ ଅବସରରେ ଉନ୍ମୋଚିତ ନୂଆ ପତାକାରେ ସମ୍ପୂର୍ଣ୍ଣ ଗୈରିକ ରଙ୍ଗ ସହ ଛତ୍ରପତି ଶିବାଜୀଙ୍କ ରାଜମୁଦ୍ରା ରହିଛି। ମହାରାଷ୍ଟ୍ରରେ ଶିବସେନାକୁ ଘେରିବା ଲାଗି ଏମ୍‌ଏନ୍‌ଏସ୍‌ ସହ ଭାଜପା ମେଣ୍ଟ କରିବାକୁ ଉଦ୍ୟମ କରୁଥିବାବେଳେ ଅମିତ୍‌ ରାଜନୀତିକୁ ଆସିବା ନୂତନ ସଙ୍କେତ ଆଣିଦେଇଛି।

Share