ରାଜନୀତିରେ ସରକାରଙ୍କ ଫୋକସ୍‌, ବିଗୁଡୁଛି ଅର୍ଥ ବ୍ୟବସ୍ଥା: ରଘୁରାମ ରାଜନ

ନୂଆଦିଲ୍ଲୀ,୨୯।୨: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ କହିଛନ୍ତି ବର୍ତ୍ତମାନ ସରକାର ରାଜନୀତି ଉପରେ ଫୋକସ କରୁଛନ୍ତି। ଏହାସହ ସାମାଜିକ ଏଜେଣ୍ଡାକୁ ପୂରଣ କରିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଫଳରେ ଦେଶର ଅର୍ଥନୀତି ବିଗିଡିବାରେ ଲାଗିଛି। ଯଦି ସରକାର ଦେଶର ଅର୍ଥନୀତି ଉପରେ ସାମାନ୍ୟ ଧ୍ୟାନ ଦିଅନ୍ତେ, ତେବେ ଏହା ଶୀଘ୍ର ବଦଳି ଯାଆନ୍ତା ବୋଲି ରାଜନ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ଆର୍ଥିକବର୍ଷ ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୪.୭%କୁ ହ୍ରାସ ଘଟିଛି। ଏହା ୭ ବର୍ଷର ସର୍ବନିମ୍ନ ସ୍ତର ବୋଲି ଜଣାପଡିଛି। ମାନୁଫାକ୍ଚରିଂ କ୍ଷେତ୍ର ଅଭିବୃଦ୍ଧି ମାନ୍ଦା ରହିବାରୁ ଏଭଳି ସ୍ଥିତି ଉପୁଜିଥିବା ସରକାର ଶୁକ୍ରବାର ଜାରି କରିଥିବା ଡାଟାରୁ ଜଣାପଡିଛି।

Share