ରାଜନୀତି କରିବେ କି ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନାକ୍ଷୀ ସିହ୍ନା ରାଜନୀତିରେ ଯୋଗ ଦେବେ କି ନା ତାକୁ ନେଇ ଏବେ ଚାଲିଛି ଚର୍ଚ୍ଚା। ପିତା ଶତ୍ରୁଘ୍ନ ସିହ୍ନା ବଲିଉଡ ପରେ ଏବେ ରାଜନୀତି ମଇଦାନରେ ସକ୍ରିୟ ଥିବା ବେଳେ ତାଙ୍କ ମା’ ପୁନମ ସିହ୍ନା ମଧ୍ୟ ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ। ତେଣୁ ଉଭୟ ମାତାପିତା ରାଜନୀତି କରୁଥିବାରୁ ଝିଅ ମଧ୍ୟ ରାଜନୀତି କରିପାରନ୍ତି ବୋଲି ପ୍ରଶ୍ନ ଆସିବା ସ୍ବାଭାବିକ କଥା। ନିକଟରେ ଏମିତି ଏକ ପ୍ରଶ୍ନର ଉତ୍ତରରେ କିନ୍ତୁ ସମସ୍ତଙ୍କୁ ନିରାଶ କରିଛନ୍ତି ସୋନାକ୍ଷୀ। ସେ କହିଛନ୍ତି, କେବେ କେବେ ବାପାଙ୍କ ଟିପ୍ପଣୀକୁ ନେଇ ମୋତେ ପ୍ରଶ୍ନ କରାଯାଏ ତ ପୁଣି କେବେ ମୋ ବିଷୟରେ ମଧ୍ୟ ବାପାଙ୍କୁ ପ୍ରଶ୍ନ କରାଯାଏ। ଏହାର ଅର୍ଥ ନୁହେଁ ଯେ ମୁଁ ରାଜନୀତିରେ ପ୍ରବେଶ କରିବି। ଅବଶ୍ୟ ରାଜନୀତିରେ ପ୍ରବେଶ କରିବାକୁ ସେ ସେମିତି କିଛି ଚିନ୍ତା କରି ନାହାଁନ୍ତି ଅବା ତାଙ୍କର ସେମିତି କିଛି ଯୋଜନା ମଧ୍ୟ ନାହିଁ ବୋଲି ସୋନାକ୍ଷୀ କହିଛନ୍ତି।

Share