Categories: ଜାତୀୟ

ରାଜନୀତି ଛାଡ଼ିବେ କୁମାରସ୍ବାମୀ

ହାସାନ୍‌, ୪ା୮(ପି.ଟି.): କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍‌ ନେତା କୁମାରସ୍ବାମୀ ରାଜନୀତିରୁ ସନ୍ୟାସ ନେବେ। ଏନେଇ ସେ ଶନିବାର ସଙ୍କେତ ଦେଇଛନ୍ତି। ଅକସ୍ମାତ୍‌ ସେ ମୁଖ୍ୟମନ୍ତ୍ରୀ ହୋଇଥିବା କହିନ୍ତି। ତେବେ ୧୪ ମାସ ମେଣ୍ଟ ସରକାରର ନେତୃତ୍ୱ ନେଇ ଲୋକଙ୍କ ସେବା ଓ ବିକାଶ କାର୍ଯ୍ୟ କରିଥିବରୁ ସେ ସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି। ଅଚାନକ୍‌ ରାଜନୀତିରେ ପ୍ରବେଶ କରି ଭଗବାନଙ୍କ ଦୟାରୁ ୨ ଥର ମୁଖ୍ୟମନ୍ତ୍ରୀ ହୋଇପାରିଥିବା ସେ କହିଛନ୍ତି। ଏବେର କଳୁଷିତ ରାଜନୀତିକୁ ସମାଲୋଚନା କରି ଭଲ ଲୋକଙ୍କ ପାଇଁ ଏହା ଅନୁପଯୁକ୍ତ ବୋଲି ସେ ମତ ରଖିଛନ୍ତି।

Share